ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ପରେ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଆଜି ରାୟ ଶୁଣାଣି ହେବ । ଲକ୍ଷ୍ନୌ ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଏସ୍. କେ. ଯାଦବ ଏହି ରାୟ ଶୁଣାଇ ପାରନ୍ତି। ୧୯୯୨ ମସିହାରେ ଘଟିଥିବା ଘଟଣାରେ ଏଲ୍. କେ. ଆଡ଼ଭାନି, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହଙ୍କ ସମେତ ୩୨ ଜଣଙ୍କ ନାଁରେ ଏବେ ଅପରାଧିକ ମାମଲା ଚାଲୁଛି।
ରାୟ ଶୁଣାଣି ବେଳେ ଉପସ୍ଥିତ ରହିବା ଲାଗି ବିଜେପି ନେତା ଏଲ୍. କେ. ଆଡ଼ଭାନି, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଉମା ଭାରତୀ ଆଇସୋଲେସନରେ ଥିବାରୁ ନିଜ ପକ୍ଷ ରଖି ପାରିବେନି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଜଣାଇଛନ୍ତି।
ସୂଚନାଥାଉ କି, ୧୯୯୨ ଡିସେମ୍ବର ୬ ତାରିଖରେ ଘଟିଥିବା ଘଟଣାରେ ସାରା ଦେଶରୁ ୩ ହଜାର ଲୋକଙ୍କ ଜୀବନ ଯାଇଥିଲା। ପୂର୍ବରୁ ମାମଲାର ଶୁଣାଣି ବେଳେ ସିବିଆଇ କୋର୍ଟରେ ନିଜର ବୟାନ ରେକର୍ଡ କରି ସାରିଛନ୍ତି । ଆଡ଼ଭାନୀ ଓ ଯୋଶୀଙ୍କୁ ୧୦୦ଟି ପ୍ରଶ୍ନ ପଚାରି ଥିଲେ ଜଜ୍।
ବୟାନ ରେକର୍ଡ ବେଳେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦୁହେଁ ଖଣ୍ଡନ କରିଥିଲେ। ଆଡଭାଣୀ, ଯୋଶୀ ଓ ଉମା ଭାରତୀଙ୍କ ଭାଷଣ ଯୋଗୁ ଲୋକେ ଉତକ୍ଷୀପ୍ତ ହୋଇଥିବା ନେଇ ଆରୋପ ଲଗାଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂ ସେତେବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ।
ତେବେ ଆଜି ରାୟ ଆସିବା ପୂର୍ବରୁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
The post ୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି appeared first on OTV Khabar..
from OTV Khabar. https://ift.tt/34bdqAj
No comments: