ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ Rajalaxmi Sahoo

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି। ମାଇକ୍‌ ଯୋଗେ ଘୋଷଣା କରି ଲୋକମାନେ ଏହି ଅଞ୍ଚଳକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସ୍ଥାନୀୟ ଅଞ୍ଚଳ ଏକ ପଥର ଖଣି ହୋଇଥିବାବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ଥିବା ଘୋଷଣା କରାଯାଇଛି। ଏଠାକୁ କେହି ବୁଲିବାକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି। ଯଦି ଏଠାକୁ କେହି ବୁଲିବାକୁ ଆସନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସୋସିଆଲ୍‌ ମିଡିଆରେ ତାପଙ୍ଗ ଅଞ୍ଚଳର ଏହି ହାତିଆ ମୁଣ୍ଡିଆ ପଥରଖଣି ଅଞ୍ଚଳକୁ ନେଇ ଚର୍ଚ୍ଚା ହେବା ପରେ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଥିଲେ। ବିଶେଷ କରି ଯୁବପିଢ଼ିଙ୍କୁ ଏହି ସ୍ଥାନ ବେଶ୍ ଆକର୍ଷିତ କରୁଥିଲା। ହାତିଆ ମୁଣ୍ଡିଆ ଅଞ୍ଚଳ ଏକ ପଥର ଖାଦାନ ହୋଇଥିବାବେଳେ ବର୍ଷା ପରଠୁ ଏଠାରେ ପାଣି ଜମି ରହିଛି। ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଏହି ଅଞ୍ଚଳରେ ପାଦେ ପାଦେ ବିପଦ ରହିଛି।

The post ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ appeared first on OTV Khabar..



from OTV Khabar. https://ift.tt/2G5UE5h
ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ Rajalaxmi Sahoo ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ Rajalaxmi Sahoo Reviewed by SUBHENDU BARAL on September 27, 2020 Rating: 5

No comments:

Powered by Blogger.