ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର Minati Mishra

ଦୁବାଇ: ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର। ସୁପର ଓଭରରେ ୭ ରନ୍ କରିବାରେ ସକ୍ଷମ ହୋଇଥିଲା ମୁମ୍ବାଇ। ବେଙ୍ଗଲୁରୁ ପକ୍ଷରୁ ଏବି ଡି ଭିଲିୟର୍ସ ୪ ବଲରେ ୬ ରନ୍ କରିଥିଲେ। ବିରାଟ କୋହଲି ୨ ବଲରେ ୫ ରନ୍ କରି ବିଜୟୀ କରାଇଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ ୨୦୧ ରନ୍‌ କରିଥିବା ବେଳେ ୨୦ ଓଭର ଶେଷରେ ମୁମ୍ବାଇ ମଧ୍ୟ ୨୦୧ ରନ୍‌ କରିଛି। ଫଳରେ ମ୍ୟାଚ୍‌ର ରେଜଲ୍ଟ ସୁପର ଓଭରକୁ ଯାଇଥିଲା।

ସୁପର ଓଭରରେ ବେଙ୍ଗାଲୁରୁ ପକ୍ଷରୁ ନବଦୀପ ସାଇନି ପକାଇଥିଲେ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୭ ରନ୍‌ କରିଥିଲା। ମୁମ୍ବାଇ ପକ୍ଷରୁ ସୁପର ଓଭର ଯଶପ୍ରୀତ ବୁମ୍ରା ପକାଇଥିଲେ। ବେଙ୍ଗାଲୁରୁ ପକ୍ଷରୁ ଏବି ଡିଭିଲିୟର୍ସ ଓ ବିରାଟ କୋହଲି ଇନିଂସ୍‌ ଆରମ୍ଭ କରିଥିଲେ। ବୁମ୍ରାଙ୍କ ୪ର୍ଥ ବଲରେ ଚୌକା ମାରି ଡିଭିଲିୟର୍ସ ବେଙ୍ଗାଲୁରୁକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇ ଦେଇଥିଲେ। ଶେଷ ବଲରେ ଗୋଟିଏ ରନ୍‌ ଦରକାର ଥିବା ବେଳେ ବିରାଟ  ଚୌକା ମାରି ବେଙ୍ଗାଲୁରୁକୁ ବିଜୟ କରାଇଥିଲେ।

ଆଜି ଆଇପିଏଲ ମହାସମରରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଭାରତୀୟ ସମୟ ସଂଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ ଖେଳାଯିବ।  ଆବୁଧାବିର ଶେଖ୍ ଜୟାଦ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।

The post ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର appeared first on OTV Khabar..



from OTV Khabar. https://ift.tt/36mO0Cm
ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର Minati Mishra ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର Minati Mishra Reviewed by SUBHENDU BARAL on September 28, 2020 Rating: 5

No comments:

Powered by Blogger.