
କନକ ବ୍ୟୁରୋ : ରାଜ୍ୟ ସରକାର କହୁଛନ୍ତି, ହସ୍ପିଟାଲରେ ଶଯ୍ୟା ଅଛି, ଆଇସିୟୁରେ ଅଧା ଶଯ୍ୟା ଖାଲି ଅଛି। କିନ୍ତୁ ବହୁ ଆକ୍ରାନ୍ତ ଆଇସିୟୁ ଶଯ୍ୟା ନ ପାଇ ମରୁଛନ୍ତି। ଏପରିକି ହସ୍ପିଟାଲରେ ଶଯ୍ୟା ନଥିବାରୁ ବହୁ ଆକ୍ରାନ୍ତଙ୍କୁ ବିଳମ୍ବରେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ଏବଂ ସେଥିମଧ୍ୟରୁ କିଛି ହସ୍ପିଟାଲ ପହଞ୍ଚିବାର ୨ରୁ ୩ଘଣ୍ଟା ଭିତରେ ପ୍ରାଣ ହରାଉଛନ୍ତି। କେବଳ ଏତିକି ନୁହେଁ, ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ କୋଭିଡ୍ରେ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉ ନଥିବାରୁ ତାଙ୍କର ରୋଗ ବଢ଼ୁଛି। ଆଉ ଅକାଳରେ ମୃତ୍ୟୁ ହୋଇଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାଜଧାନୀର ବିଭିନ୍ନ କୋଭିଡ୍ ହସ୍ପିଟାଲ ଓ ସରକାରୀ ହସ୍ପିଟାଲରେ ୪୧ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଯାହା କରୋନା ମୃତ୍ୟୁରେ ରେକର୍ଡ। ପୂର୍ବରୁ ଗୋଟିଏ ଦିନରେ ୩୯ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ପ୍ରତିଦିନ ୧୦/୧୨ଜଣଙ୍କର ମୃତ୍ୟୁ ହେଉଥିବା ଦର୍ଶାଉଥିବା ବେଳେ ବାକି ସଂଖ୍ୟା କିପରି ଜଣାଉନାହାନ୍ତି, ତାହାର ଟେର୍ କେହି ପାଉନାହାନ୍ତି।
ସତ୍ୟନଗର ଶ୍ମଶାନ ରାଜ୍ୟ ସରକାରଙ୍କ ଅସଲ ଚିତ୍ରକୁ ପଦାରେ ପକାଉଛି। ବହୁ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନଥିବାରୁ ବହୁ ଜୀବନ ଅକାଳରେ ଟଳି ପଡ଼ୁଛି। ଏପରିକି ବହୁ ଆକ୍ରାନ୍ତଙ୍କ ଛାତିର ସିଟି ସ୍କାନ୍ କରାଯାଉନଥିବାରୁ ସଂକ୍ରମଣ ବଢ଼ି ଯାଉଛି। କେତେକ ହସ୍ପିଟାଲରେ ଅକ୍ସିଜେନ୍ ସରି ଯାଉଥିବାରୁ ଆକ୍ରାନ୍ତଙ୍କୁ ପର୍ଯ୍ୟାପ୍ତ ଅକ୍ସିଜେନ୍ ଦିଆଯାଇ ପାରୁ ନଥିବା ଅଭିଯୋଗ ହେଉଛି। ଏସବୁ ବାଦ୍ ବହୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଷ୍ଟେରଏଡ୍ ବ୍ୟବହାର କରାଯାଉଥିବାରୁ ସେମାନଙ୍କର ସୁଗାର ସ୍ତର ବଢ଼ି ଯାଉଛି। ଫଳରେ ପୂର୍ବରୁ ଡାଏବେଟିସ୍ ଆକ୍ରାନ୍ତ ଥିବା ରୋଗୀମାନଙ୍କର ଅକାଳରେ ମୃତ୍ୟୁ ହୋଇଯାଉଛି। ରାଜ୍ୟ ସରକାର ଏ ଦିଗ ପ୍ରତି ଧ୍ୟାନ ନଦେଲେ ଆଗକୁ ସ୍ଥିତି ସାଂଘାତିକ ରୂପ ଧାରଣ କରିବ।
from Kanak News https://ift.tt/3iYVWxk https://ift.tt/3mHgVXP
No comments: