ଦୀର୍ଘ ୭ ମାସ ପରେ ଖୋଲିବ ଭିତରକନିକା । ଦିନରେ ମନା, ରାତ୍ରୀଯାପନ ପାଇଁ ମିଳିବ ସୁଯୋଗ Kanak News

bhitarakanika

କନକ ବ୍ୟୁରୋ : ୭ ମାସ ପରେ ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଅକ୍ଟୋବର ୧ ରୁ ଭିତରକନିକା ଖୋଲିବାକୁ ନିଷ୍ପତି ନେଇଛନ୍ତି ସରକାର। କରୋନା କଟକଣା ଥିବାରୁ ଦିନରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ଡାଙ୍ଗମାଳରେ ରାତ୍ରୀଯାପନ କରିବାକୁ ଇଚ୍ଛୁକ ଥିବା ପର୍ଯ୍ୟଟକଙ୍କୁ ଭିତରକନିକା ପରିଭ୍ରମଣର ସୁଯୋଗ ମିଳିବ ବୋଲି ରାଜନଗର ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

କରୋନା ବ୍ୟାପିବା ପରେ ମାର୍ଚ୍ଚ ୧୩ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ରାତ୍ରୀଯାପନ ପାଇଁ ରୁମ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଭିତରକନିକାରେ ବୁଲିବାକୁ ଓ ରହିବାକୁ ଅନୁମତି ମିଳିବ। ଗୁପ୍ତି ଓ ହବାଳିଖଟିରେ ଥିବା କଟେଜ ବୁକିଂ କରାଯିବ ନାହିଁ। ଡାଙ୍ଗମାଳଠାରେ ଥିବା ୧୬ଟି କଟେଜ୍‌ରେ ପର୍ଯ୍ୟଟକଙ୍କୁ ରହିବାର ସୁବିଧା ମିଳିବ। ଇକୋ ଟୁର ଓଡିଶା ଡଟ୍ କମ୍‌ରେ ଅନଲାଇନରେ ରୁମ ବୁକିଂ କରିଥିବା ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣର ସୁବିଧା ପାଇବେ।

ଏହି ପର୍ଯ୍ୟଟକମାନେ ବୋଟିଂ ସହିତ ଭିତରକନିକା ବୁଲିବା ସହିତ ରାତ୍ରୀଯାପନ କରିବେ। ଅନ୍ୟ ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବଡକଥା ହେଲା ଭିତରକନିକାରେ ଥିବା ୧୬ଟି କଟେଜ୍‌ରେ ରାତ୍ରୀଯାପନ ପାଇଁ ସର୍ବନିମ୍ନ ୩୫ଶହ ଟଙ୍କାରୁ ସର୍ବାଧିକ ୬ହଜାର ଟଙ୍କା ବ୍ୟବସ୍ଥା ରହିଛି। ଗୋଟିଏ ରାତି ପାଇଁ ଏତେ ଟଙ୍କା ଦେଇ ସାଧାରଣ ପର୍ୟ୍ୟଟକ ଭିତରକନିକାରେ ରହିବା ସମ୍ଭବ ନୁହେଁ। ଏପରି ସ୍ଥିତିରେ କେବଳ ବଡବଡିଆଙ୍କ ସୁବିଧା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି।



from Kanak News https://ift.tt/2FN9M7v https://ift.tt/2FQg3Py

ଦୀର୍ଘ ୭ ମାସ ପରେ ଖୋଲିବ ଭିତରକନିକା । ଦିନରେ ମନା, ରାତ୍ରୀଯାପନ ପାଇଁ ମିଳିବ ସୁଯୋଗ Kanak News ଦୀର୍ଘ ୭ ମାସ ପରେ ଖୋଲିବ ଭିତରକନିକା । ଦିନରେ ମନା, ରାତ୍ରୀଯାପନ ପାଇଁ ମିଳିବ ସୁଯୋଗ Kanak News Reviewed by SUBHENDU BARAL on September 19, 2020 Rating: 5

No comments:

Powered by Blogger.