ସଂକ୍ରମଣ ରୋକିବ ସଟଡାଉନ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲଡୁଗାଁକୁ ୨୪ ପର୍ଯ୍ୟନ୍ତ ସଟଡାଉନ ଘୋଷଣା Kanak News

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି, ଲଡୁଗାଁକୁ ଆସନ୍ତା ୨୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ଅଂଚଳ ଅବରୋଧ ଅଂଚଳରେ ଥିବାରୁ କରୋନା ନିୟନ୍ତ୍ରଣ ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଲଡୁଗାଁ ବ୍ୟବସାୟୀ ପେଣ୍ଠସ୍ଥଳୀ ହୋଇଥିବାରୁ ଏହି ଅଂଚଳକୁ ନିୟମିତ ରାଜ୍ୟ ଓ ଜିଲ୍ଲା ବାହାରୁ ଅନେକ ଲୋକ ଆସନ୍ତି ।

ଆଉ ଏହାକୁ ଦୃଷ୍ଟିରେ ରଖି ଏବଂ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତି ନିଆଯାଇଛି । ସଟଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅବଶିଷ୍ଟ ଦୋକାନ ବଜାର ବନ୍ଦ ରହିବ । ଏପଟେ ସ୍ୱାସ୍ଥ୍ୟ କର୍ମୀମାନେ ବୁଲି ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ।



from Kanak News https://ift.tt/2FChQIt https://ift.tt/3fBakKf
ସଂକ୍ରମଣ ରୋକିବ ସଟଡାଉନ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲଡୁଗାଁକୁ ୨୪ ପର୍ଯ୍ୟନ୍ତ ସଟଡାଉନ ଘୋଷଣା Kanak News ସଂକ୍ରମଣ ରୋକିବ ସଟଡାଉନ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲଡୁଗାଁକୁ ୨୪ ପର୍ଯ୍ୟନ୍ତ ସଟଡାଉନ ଘୋଷଣା Kanak News Reviewed by SUBHENDU BARAL on September 19, 2020 Rating: 5

No comments:

Powered by Blogger.