ଏଣିକି ପୁରୀକୁ ଗଡ଼ିବ ଟ୍ରେନ୍‌ : ୧୦ ସ୍ୱତନ୍ତ୍ର ଟ୍ରେନ୍‌ର ରହଣୀ କଟକଣା ହଟିଲା Kanak News

କନକ ବ୍ୟୁରୋ : ଟ୍ରେନ୍‌ ଚଳାଚଳ ଉପରେ ଲାଗିଥିବା କଟକଣା ରାଜ୍ୟ ସରକାର ହଟାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ପଦ‌କ୍ଷେପ ନିଆଯାଇଛି। ଅକ୍ଟୋବର ପହିଲାରୁ ୧୦ଟି ସ୍ୱତନ୍ତ୍ର ଟ୍ରେନ୍‌ର ରହଣୀ ଷ୍ଟେସନ ସଂଖ୍ୟା ବଢ଼ିବା ସହ ପୁରୀକୁ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ପେସାଲ୍ କୋଣାର୍କ ଏକ୍ସପ୍ରେସ୍‌ ଏଣିକି ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଷ୍ଟେସନରେ ରହିବ।

ସିକନ୍ଦରାବାଦ-ହାୱଡ଼ା ଫଲକନୁମା ସ୍ୱତନ୍ତ୍ର ଟ୍ରେନ୍ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟେସନ୍‌ରେ, ଗୌହାଟି-ବାଙ୍ଗାଲୁରୁ ତ୍ରିସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ବାଲୁଗାଁ ଓ ବ୍ରହ୍ମପୁରରେ, ହାଓଡ଼ା-ତିରୁଚିରାପଲ୍ଲି ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ବ୍ରହ୍ମପୁରରେ, ଖୋର୍ଦ୍ଧାରୋଡ୍‌-ଅହମ୍ମଦାବାଦ ସ୍ୱତନ୍ତ୍ର ଟ୍ରେନ୍ କାଳୁପଡ଼ାଘାଟ, ବାଲୁଗାଁ, ଖଲ୍ଲିକୋଟ, ଛତ୍ରପୁର ଓ ବ୍ରହ୍ମପୁରରେ ରହିବ। ଖୋର୍ଦ୍ଧାରୋଡ୍‌-ଓଖା ସ୍ୱତନ୍ତ୍ର ଟ୍ରେନ୍ ବାଲୁଗାଁ ଓ ଛତ୍ରପୁରରେ, ଗାନ୍ଧିଧାମ-ଖୋର୍ଦ୍ଧାରୋଡ୍ ଟ୍ରେନ୍‌ ବାଲୁଗାଁ, ଛତ୍ରପୁର ଓ ମୁନିଗୁଡ଼ାରେ, ଭୁବନେଶ୍ୱର-ଅହମ୍ମଦାବାଦ ସ୍ୱତନ୍ତ୍ର ଟ୍ରେନ୍ ବୋଇଣ୍ଡା, ରେଢ଼ାଖୋଲ ଓ ହୀରାକୁଦ ଷ୍ଟେସନରେ, ସମ୍ବଲପୁର ଦେଇ ଚଳାଚଳ କରୁଥିବା ଭୁବନେଶ୍ୱର-ଦୁର୍ଗ ସ୍ୱତନ୍ତ୍ର ଟ୍ରେନ୍‌ ବରପାଲି, ବଡ଼ମାଳ, ହରିଶଙ୍କର ରୋଡ୍‌, ନୂଆପଡ଼ା ରୋଡ୍ ଷ୍ଟେସନରେ, ବିଶାଖାପାଟଣା-କୋରବା ସ୍ୱତନ୍ତ୍ର ଟ୍ରେନ୍ ମୁନିଗୁଡ଼ା ଓ ହରିଶଙ୍କର ରୋଡ୍‌ରେ ରହିବ।

ଅନ୍ୟପକ୍ଷରେ ଭୁବନେଶ୍ୱର-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଅକ୍ଟୋବର ପହିଲାରୁ ଭୁବନେଶ୍ୱର ପରିବର୍ତେ ପୁରୀରୁ ଚଳାଚଳ କରିବ। ଭୁବନେଶ୍ୱର-ସିଆଲଦା ଦୁରନ୍ତୋ ସ୍ୱତନ୍ତ୍ର ‌ଟ୍ରେନ୍‌ ୩୦ ତାରିଖରୁ ପୁରୀ ପର୍ଯ୍ୟନ୍ତ ଯିବ ଓ ଅକ୍ଟୋବର ପହିଲାରୁ ପୁରୀରୁ ସିଆଲଦା ଅଭିମୁଖେ ଛାଡ଼ିବ। ଭୁବନେଶ୍ୱର-ଦୁର୍ଗ ସ୍ୱତନ୍ତ୍ର ଓ ଖୋର୍ଦ୍ଧାରୋଡ୍‌-ଅହମ୍ମଦାବାଦ ସ୍ୱତନ୍ତ୍ର ଟ୍ରେନ୍‌ ଅକ୍ଟୋବର ପହିଲାରୁ ପୁରୀରୁ ଚଳାଚଳ କରିବ। ଭୁବନେଶ୍ୱର-ଅହମ୍ମଦାବାଦ ସ୍ୱତନ୍ତ୍ର ଟ୍ରେନ୍‌ ୩୦ ତାରିଖରୁ ଭୁବନେଶ୍ୱର ପରିବର୍ତ୍ତେ ପୁରୀରୁ ଛାଡ଼ିବ ଏବଂ ଅକ୍ଟୋବର ୨ରୁ ଅହମ୍ମଦାବାଦରୁ ଛାଡିବାକୁ ଥିବା ଟ୍ରେନ୍ ପୁରୀ ପର୍ୟ୍ୟନ୍ତ ଯିବ। ଖୋର୍ଦ୍ଧାରୋଡ୍‌-ଓଖା ସ୍ୱତନ୍ତ୍ର ଟ୍ରେନ୍ ୪ ତାରିଖରୁ ପୁରୀରୁ ଚଳାଚଳ କରିବାକୁ ଥିବା ବେଳେ ଗାନ୍ଧୀଧାମରୁ ଛାଡ଼ିବାକୁ ଥିବା ଖୋର୍ଦ୍ଧାରୋଡ୍‌-ଗାନ୍ଧୀଧାମ ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।



from Kanak News https://ift.tt/343rdsx https://ift.tt/3mWZySH
ଏଣିକି ପୁରୀକୁ ଗଡ଼ିବ ଟ୍ରେନ୍‌ : ୧୦ ସ୍ୱତନ୍ତ୍ର ଟ୍ରେନ୍‌ର ରହଣୀ କଟକଣା ହଟିଲା Kanak News ଏଣିକି ପୁରୀକୁ ଗଡ଼ିବ ଟ୍ରେନ୍‌ : ୧୦ ସ୍ୱତନ୍ତ୍ର ଟ୍ରେନ୍‌ର ରହଣୀ କଟକଣା ହଟିଲା Kanak News Reviewed by SUBHENDU BARAL on September 26, 2020 Rating: 5

No comments:

Powered by Blogger.