ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜସୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ ୨୭।୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜସୱନ୍ତ ସିଂଙ୍କ ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ଜସୱନ୍ତ ସିଂ ପ୍ରଥମେ ଦେଶର ସୈନିକ ଭାବେ ଯୋଗ ଦେଇଥିଲେ । ପରେ ସେ ରାଜନୀତିରେ ସକ୍ରିୟ ରହିଥିଲେ ।  ଅଟଳ ବିହାରୀ ବାଜପେୟୀ ସରକାରରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ ।

ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍ କରି ଲେଖିଛନ୍ତି ଯେ, ଜସୱନ୍ତ ସିଂ ଉତ୍ସର୍ଗୀକୃତ ଭାବେ ଦେଶର ସେବା କରିଛନ୍ତି । ପ୍ରଥମେ ଜଣେ ସୈନିକ ଭାବରେ ଏବଂ ପରେ ରାଜନୀତି ସହ ଦୀର୍ଘ ସମୟ ଧରି ଜଡିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଟଳ ଜୀଙ୍କ ସରକାର ସମୟରେ ସେ ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡିକ ପରିଚାଳନା କରିଥିଲେ । ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ବିଭାଗରେ ନିଜର ଛାପ ଛାଡିଯାଇଥିଲେ । ତାଙ୍କୁ ଦେହାନ୍ତରେ ସେ ଦୁଃଖିତ ବୋଲି ଉଲ୍ଲେଖ କରିଛନ୍ତି ।

ଏହାସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ଜସୱନ୍ତ ସିଂଙ୍କୁ ତାଙ୍କର ବୌଦ୍ଧିକ ଦକ୍ଷତା ତଥା ଦେଶ ପାଇଁ ସେବା ପାଇଁ ସ୍ମରଣ କରାଯିବ।  ରାଜସ୍ଥାନରେ ବିଜେପିକୁ ମଜବୁତ କରିବାରେ ସେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଦୁଃଖରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା ଜଣାଉଛି ।



from Prameya News7 https://ift.tt/3i0EdUY
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜସୱନ୍ତ ସିଂଙ୍କ ପରଲୋକ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜସୱନ୍ତ ସିଂଙ୍କ ପରଲୋକ Reviewed by SUBHENDU BARAL on September 26, 2020 Rating: 5

No comments:

Powered by Blogger.