ଚିନ୍ତା ବଢ଼ାଉଛି ୭ ରାଜ୍ୟ : ଦେଶରେ ସଂକ୍ରମଣ ୫୭ ଲକ୍ଷ ଟପିଲା ; ଦ୍ରୁତ ସଂକ୍ରମଣ ତାଲିକାରେ ଓଡ଼ିଶା, ଆରୋଗ୍ୟ ହାର ୮୧.୫୫% Kanak News

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଲଗାତାର ୬ ଦିନ ଧରି ଅଧିକ ରହିଛି। ଗତ ଶନିବାରଠାରୁ ଦେଶରେ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରୁଛନ୍ତି। ଏହାଦ୍ବାରା ଚଳିତ ସପ୍ତାହରେ ସକ୍ରିୟ ମାମଲା ସବୁଠୁ କମ୍ ରହିଛି। ଏବେ ଏହା ୧୦ ଲକ୍ଷରୁ କମ୍‌। ଚଳିତ ସପ୍ତାହରେ ଅଧିକାଂଶ ରାଜ୍ୟରେ ସକ୍ରିୟ ମାମଲା ଏବଂ ମୃତ୍ୟୁସଂଖ୍ୟା କମ୍‌ ରହିଛି। ତେବେ ଓଡ଼ିଶା ସମେତ ୭ଟି ରାଜ୍ୟ ଚିନ୍ତା ବଢ଼ାଇଛନ୍ତି। ଗତକିଛି ଦିନ ଧରି ଏହି ସବୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି।

ଦେଶରେ ସଂକ୍ରମଣ ମାମଲା ଆଜି ୫୭ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ୮୬ ହଜାର ୫୦୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୨୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୫୭ ଲକ୍ଷ ୩୨ ହଜାର ୫୧୮ରେ ପହଞ୍ଚିଛି ଏବଂ ୯୧ ହଜାର ୧୪୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ମୋଟ୍‌ ୪୬ ଲକ୍ଷ ୭୪ ହଜାର ୯୮୭ ଜଣ କରୋନାରୁ ସୁସ୍ଥ ହେଲେଣି। ଏଥିସହ ଆରୋଗ୍ୟ ହାର ୮୧.୫୫ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସକ୍ରିୟ ମାମଲା ୯ ଲକ୍ଷ ୬୬ ହଜାର ୩୮୨ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୬.୮୬ ପ୍ରତିଶତ। କରୋନା ମୃତ୍ୟୁହାର ମଧ୍ୟ ୧.୫୯ ପ୍ରତିଶତକୁ ଖସିଆସିଛି। ଆଇସିଏମ୍‌ଆର ଅନୁଯାୟୀ ଗତକାଲି ୧୧ ଲକ୍ଷ ୫୬ ହଜାର ୫୬୯ ନମୁନା ପରୀକ୍ଷା କରାଯାଇଛି। ଏଯାବତ୍‌ ମୋଟ୍‌ ୬ କୋଟି ୭୪ ଲକ୍ଷ ୩୬ ହଜାର ୩୧ ନମୁନା ପରୀକ୍ଷା ହୋଇଛି।

ଗତକାଲି ଚିହ୍ନଟ ହୋଇଥିବା ସଂକ୍ରମଣ ମାମଲାର ପ୍ରାୟ ୭୫ ପ୍ରତିଶତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି। ଏଥିରେ ରହିଛି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼। ମହାରାଷ୍ଟ୍ରରେ ୨୧ ହଜାରରୁ ଅଧିକ ଚିହ୍ନଟ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୭୨୨୮, କର୍ଣ୍ଣାଟକ ୬୯୯୭, ତାମିଲନାଡ଼ୁ ୫୩୨୫, ଉତ୍ତର ପ୍ରଦେଶ ୫୧୪୩, ଓଡ଼ିଶା ୪୩୪୦ ଏବଂ ଦିଲ୍ଲୀରେ ୩୭୧୪ ଜଣ ଚିହ୍ନଟ ହୋଇଛନ୍ତି। କିଛି ଦିନ ହେଲା କେରଳ ମଧ୍ୟ ଚିନ୍ତାର କାରଣ ପାଲଟିଲାଣି। କେରଳରେ ଚଳିତ ସପ୍ତାହରେ ୧୦ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି।



from Kanak News https://ift.tt/3hZfrog https://ift.tt/2GUy5AF
ଚିନ୍ତା ବଢ଼ାଉଛି ୭ ରାଜ୍ୟ : ଦେଶରେ ସଂକ୍ରମଣ ୫୭ ଲକ୍ଷ ଟପିଲା ; ଦ୍ରୁତ ସଂକ୍ରମଣ ତାଲିକାରେ ଓଡ଼ିଶା, ଆରୋଗ୍ୟ ହାର ୮୧.୫୫% Kanak News ଚିନ୍ତା ବଢ଼ାଉଛି ୭ ରାଜ୍ୟ : ଦେଶରେ ସଂକ୍ରମଣ ୫୭ ଲକ୍ଷ ଟପିଲା ; ଦ୍ରୁତ ସଂକ୍ରମଣ ତାଲିକାରେ ଓଡ଼ିଶା, ଆରୋଗ୍ୟ ହାର ୮୧.୫୫% Kanak News Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.