କରୋନାର ଭଲ ଖବର : ଦୈନିକ ସଂକ୍ରମଣ ୭୫ ହଜାରରୁ କମ୍; ଆରୋଗ୍ୟ ହାର ୮୩% ଟପିଲା Kanak News

କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ମାମଲା ୭୦ହଜାର ତଳକୁ ଖସୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧ ହଜାରରୁ କମ୍‌ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦ ହଜାର ୫୮୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୭୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୬୧ ଲକ୍ଷ ୪୫ ହଜାର ୨୯୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୯୬ ହଜାର ୩୧୮କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୫୧ ଲକ୍ଷ ୧ ହଜାର ୩୯୭ ରହିଛି ।

ଏଥିସହ ଆରୋଗ୍ୟ ହାର ୮୩.୦୧ ପ୍ରତିଶତ ଅତିକ୍ରମ କରିଯାଇଛି। ଦେଶରେ ଏବେ ମୋଟ୍‌ ୯ ଲକ୍ଷ ୪୭ ହଜାର ୫୭୬ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୫.୪୨ ପ୍ରତିଶତ। ଅନ୍ୟପକ୍ଷେ କରୋନା ମୃତ୍ୟୁହାର ୧.୫୭ ପ୍ରତିଶତକୁ ଖସି ଆସିଛି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଅଗଷ୍ଟ ୭ ତାରିଖରେ ସଂକ୍ରମଣ ୨୦ ଲକ୍ଷ ଟପିଥିବା ବେଳେ ଅଗଷ୍ଟ ୩୦ରେ ସଂକ୍ରମଣ ୩୦ ଲକ୍ଷ, ସେପ୍ଟେମ୍ବର ୫ ତାରିଖରେ ସଂକ୍ରମଣ ମାମଲା ୪୦ ଲକ୍ଷ ଟପିଥିଲା। ସେପ୍ଟେମ୍ବର ୧୬ ତାରିଖରେ ସଂକ୍ରମଣ ୫୦ ଲକ୍ଷ ଟପିଥିବା ବେଳେ ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ ଟପିଛି। ଆଇସିଏମ୍‌ଆର ଅନୁଯାୟୀ ସେପ୍ଟେମ୍ବର ୨୮ ସୁଦ୍ଧା ଦେଶରେ ମୋଟ୍‌ ୭ କୋଟି ୩୧ ଲକ୍ଷ ୧୦ ହଜାର ୧୪୧ ନମୁନା ପରୀକ୍ଷା ହୋଇଛି। କେବଳ ସୋମବାର ଦିନ ୧୧ ଲକ୍ଷ ୪୨ ହଜାର ୮୧୧ ନମୁନା ପରୀକ୍ଷା ହୋଇଛି।



from Kanak News https://ift.tt/2GbXshh https://ift.tt/2S7HNSD
କରୋନାର ଭଲ ଖବର : ଦୈନିକ ସଂକ୍ରମଣ ୭୫ ହଜାରରୁ କମ୍; ଆରୋଗ୍ୟ ହାର ୮୩% ଟପିଲା Kanak News କରୋନାର ଭଲ ଖବର : ଦୈନିକ ସଂକ୍ରମଣ ୭୫ ହଜାରରୁ କମ୍; ଆରୋଗ୍ୟ ହାର ୮୩% ଟପିଲା Kanak News Reviewed by SUBHENDU BARAL on September 29, 2020 Rating: 5

No comments:

Powered by Blogger.