ଗୃହ ପୃଥକବାସଙ୍କ ସଂଖ୍ୟା ବଢ଼ୁଛି : ୭୪% ଆକ୍ରାନ୍ତ ଘରେ ରହି ଚିକତ୍ସିତ ହେଉଛନ୍ତି Kanak News

କନକ ବ୍ୟୁରୋ : ରାଜଧାନୀରେ ଆଜିକା ଦିନରେ ୪୨୧୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ଏଥିରୁ ୭୪% ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। ଯାହା ସୂଚାଉଛି ଯେ ରାଜଧାନୀରେ କରୋନା ଲକ୍ଷଣ ନଥିବା/କମ୍‌ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ। ଏବେ ଅଧିକରୁ ଅଧିକ ଆକ୍ରାନ୍ତ ଘରେ ପୃଥକବାସରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବାରୁ ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ଅଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଭୁବନେଶ୍ୱର ଏମିତି ଏକ ସହର, ଯେଉଁଠି ଅଧିକରୁ ଅଧିକ ଲୋକ କରୋନା ପରୀକ୍ଷା କରିବାକୁ ଆଗ୍ରହ ଦେଖାଉଛନ୍ତି। ଏହାସହ ଗୃହ ପୃଥକବାସଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। କିଛି ଦିନ ତଳେ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୨% ଥିବା ବେଳେ ଏବେ ଏହା ୭୪%ରେ ପହଞ୍ଚିଛି। ‌ଗତ ୫ଦିନରେ ଏହା ୯୫.୪୪%କୁ ବଢ଼ିଛି। ତେଣୁ ସେମାନଙ୍କୁ ଯେପରି ଗୁଣାତ୍ମକ ଚିକିତ୍ସା ମିଳିବ ସେଥିପାଇଁ ମୋଟ୍‌ ୫୪ଟି ଆରଆରଟି କାମ କରୁଥିବା ବେଳେ ପ୍ରତି ୱାର୍ଡରେ ୧୮ଟି ଲେଖାଏଁ ରାପିଡ୍‌ ରେସ୍ପନ୍ସ ଟିମ୍‌ କାମ କରୁଛନ୍ତି।

ସେମାନେ ଆକ୍ରାନ୍ତଙ୍କୁ କରୋନା କିଟ୍‌ ଦେବା ସହ ତାଙ୍କ ସ୍ୱାସ୍ଥାବସ୍ଥା ଉପରେ ନଜର ରଖୁଛନ୍ତି। ଏହାବାଦ୍‌ ୧୯୨୯ ନମ୍ବରରେ ଫୋନ୍‌ କଲେ ପରାମର୍ଶ ଦିଆଯାଉଛି। ୧୫ ଦିନ ହେଲା ଏଥିରେ ୨୪ ଘଣ୍ଟିଆ ପରାମର୍ଶ ସେବା ଓ ଅଭିଯୋଗ ଗ୍ରହଣ କରାଯାଉଛି। ପୂର୍ବରୁ ବସ୍ତି ଅଞ୍ଚଳକୁ ଅଧିକ ଫୋକସ୍‌ କରାଯାଉଥିବା ବେଳେ ଏବେ ଅଣବସ୍ତି ଅଞ୍ଚଳରେ ଯେପରି କେହି କରୋନା ଆକ୍ରାନ୍ତ ନରହିବେ, ଯେପରି କୌଣସି ଲୋକର ଲକ୍ଷଣ ଦେବା କ୍ଷଣି ସେ କରୋନା ପରୀକ୍ଷା କରିବେ, ସେଥିପାଇଁ ୨୦ଟି ଅଣବସ୍ତି ଅଞ୍ଚଳରେ ୨୧୦ଟି ସର୍ଭେଲାନ୍ସ ଟିମ୍‌ କରୁଛନ୍ତି।

ସେହିପରି ରାଜଧାନୀରେ ଯେପରି କରୋନା କଟକଣା ‌ସମସ୍ତେ କଡ଼ାକଡ଼ି ମାନିବେ, ସେଥିପାଇଁ ଜରିମାନା ଆଦାୟ କଡ଼ାକଡ଼ି କରାଯାଇଛି। ୫ଟି ଜୋନାଲ୍‌ ସ୍କ୍ୱାର୍ଡକୁ ଏନେଇ ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ କୁହାଯାଇଛି। ବିଏମ୍‌ସି ଓ କମିସନରେଟ୍‌ ପୁଲିସ ସହଯୋଗରେ ବିଭିନ୍ନ ହାଟ, ମାର୍କେଟ ଓ ଜନଗହଳି ସ୍ଥାନରେ ଚଢ଼ଉ କରାଯିବ। ସମସ୍ତେ ଯେପରି ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ ସେନେଇ ସଚେତନ କରାଯିବା ସହ ଜରିମାନା ଆଦାୟ କରାଯିବ।

ଘରୋଇ ହସ୍ପିଟାଲରେ ୪୪୫ଟି ଆଇସିୟୁ ବେଡ୍‌, ୨୫୦୦ ସାଧାରଣ ବେଡ୍‌ ଏବେ ଉପଲବ୍ଧ ଅଛି। ଘରୋଇ ହସ୍ପିଟାଲ ଯେପରି ଉପଯୁକ୍ତ ଚିକିତ୍ସା ଦେବେ ସେଥିପାଇଁ ସ୍କ୍ୱାର୍ଡକୁ ଯାଞ୍ଚ କରିବେ। ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲରେ ୩୮୦୭ଟି ଶଯ୍ୟା ଥିବା ବେଳେ ୪୪୨ଟି ଆଇସିୟୁ ଓ ଏଚ୍‌ଡିୟୁ, ୧୬୫ଟି ଭେଣ୍ଟିଲେଟର ଅଛି। ରାଜଧାନୀରେ ଏବେ କିଡ୍‌ସ ହସ୍ପିଟାଲରେ ୭୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲିଥିବା ବେଳେ ଏସ୍‌ଆଇଡିବିଆଇ ହସ୍ପିଟାଲରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର୍‌ ଖୋଲାଯାଇଛି।



from Kanak News https://ift.tt/3iKeNvP https://ift.tt/2FLbxC6
ଗୃହ ପୃଥକବାସଙ୍କ ସଂଖ୍ୟା ବଢ଼ୁଛି : ୭୪% ଆକ୍ରାନ୍ତ ଘରେ ରହି ଚିକତ୍ସିତ ହେଉଛନ୍ତି Kanak News ଗୃହ ପୃଥକବାସଙ୍କ ସଂଖ୍ୟା ବଢ଼ୁଛି : ୭୪% ଆକ୍ରାନ୍ତ ଘରେ ରହି ଚିକତ୍ସିତ ହେଉଛନ୍ତି Kanak News Reviewed by SUBHENDU BARAL on September 18, 2020 Rating: 5

No comments:

Powered by Blogger.