ରାଜ୍ୟରେ ଆସନ୍ତା ୨ ଦିନ ଶୁଖିଲା ପାଗ ! ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା, ୨୫ରୁ ପୁଣି ବର୍ଷା ! ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା Kanak News

କନକ ବ୍ୟୁରୋ: ଆସନ୍ତା ୨ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। କାଁ ଭାଁ କେଉଁଠି କେମିତି ବର୍ଷା ହୋଇପାରେ। କିନ୍ତୁ ୨୫ ତାରିଖ ଆଡ଼କୁ ପାଗରେ ପୁଣି ପରିବର୍ତ୍ତନ ଘଟିବ। ଗତ ଲଘୁଚାପ ଯୋଗୁଁ ସକ୍ରିୟ ହୋଇଥିବା ମୌସୁମୀ ସାରା ରାଜ୍ୟରେ ଦୁଇ ଦିନ ଧରି ଭଲ ବର୍ଷା କରାଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ସୂଚନା ଦିଆଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ଥିବା ଲଘୁଚାପ ବଳୟଟି ଗତକାଲି ସୁନ୍ଦରଗଡ଼ ଦେଇ ଉତ୍ତର ଛତିଶଗଡ଼ ଆଡ଼କୁ ଚାଲି ଯାଇଛି। ଏଣୁ ଗତକାଲି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆଜିଠାରୁ ପାଗ ଶୁଖିଲା ରହିବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ମେଘୁଆ ପାଗ ଓ ବର୍ଷା ପାଇଁ ପାଗ ଅନୁକୂଳ ରହିବ।

ତେବେ ୨୫ ତାରିଖ ଆଡ଼କୁ ପାଗରେ ପୁଣି ପରିବର୍ତ୍ତନ ଦେଖାଦେବ। ଉକ୍ତ ଦିନ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାସହ ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ନୟାଗଡ଼, ଖୋର୍ଧା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଝଡ଼ତୋଫାନ ଜନିତ ବର୍ଷା ହେବ। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ସେହିପରି ୨୬ ତାରିଖ ଦିନ ବାଲେଶ୍ବର, ଭଦ୍ରକ, କଟକ, ଜଗତ୍ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଧା ଓ ପୁରୀ ଆଦି ଉପକୂଳ ଜିଲ୍ଲା ସମେତ ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦ୍ବୈତନଗରୀରେ ଆକାଶ ମେଘାଚ୍ଛନ୍ନ ରହିବ। ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୧ ଓ ୨୫ ଡିଗ୍ରି ମଧ୍ୟରେ ରହିବ।



from Kanak News https://ift.tt/300HRbo https://ift.tt/33LO8dn
ରାଜ୍ୟରେ ଆସନ୍ତା ୨ ଦିନ ଶୁଖିଲା ପାଗ ! ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା, ୨୫ରୁ ପୁଣି ବର୍ଷା ! ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା Kanak News ରାଜ୍ୟରେ ଆସନ୍ତା ୨ ଦିନ ଶୁଖିଲା ପାଗ ! ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା, ୨୫ରୁ ପୁଣି ବର୍ଷା ! ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା Kanak News Reviewed by SUBHENDU BARAL on September 22, 2020 Rating: 5

No comments:

Powered by Blogger.