
କନକ ବ୍ୟୁରୋ : ଦିନକରେ ପୁଣି ୯୩ ହଜାର ୩୩୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୨୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କିନ୍ତୁ ସଂକ୍ରମଣ ବଢ଼ିବା ସହ ଆରୋଗ୍ୟ ସଂଖ୍ୟା ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୯୫ ହଜାର ୮୮୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅର୍ଥାତ୍ ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହିଛି। ଏ ପର୍ଯ୍ୟନ୍ତ ୪୨ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହେଲେଣି। ଦେଶର ଆରୋଗ୍ୟ ହାର ଏବେ ୭୯.୨୮% ରହିଛି, ଯାହା ବିଶ୍ୱରେ ସର୍ବାଧିକ। ତେବେ ବିଶ୍ୱରେ ଦ୍ୱିତୀୟ ପ୍ରଭାବିତ ରାଷ୍ଟ୍ର ଭାରତରେ ମୋଟ୍ ସଂକ୍ରମଣ ମାମଲା ୫୩ ଲକ୍ଷ ୮ ଜହାର ୧୪ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୮୫ ହଜାର ଟପିଯାଇଛି।
ମୋଟ୍ ୮୫ ହଜାର ୬୧୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେବଳ ସେପ୍ଟେମ୍ବରରେ ଦେଶର ନୁଆ ସଂକ୍ରମଣ ସଂଖ୍ୟା ହେଉଛି ୧୬ ଲକ୍ଷ ୮୬ ହଜାର ୭୬୯। ପଜିଟିଭ୍ ହାର ଜୁଲାଇ ମଧ୍ୟ ଭାଗରେ ୭.୫ ପ୍ରତିଶତ ଥିବାବେଳେ ଏବେ ଏହା ୧୦.୫୮ ପ୍ରତିଶତକୁ ବୃଦ୍ଧି ପାଇଛି। ସେପ୍ଟେମ୍ବର ମାସ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧ ହଜାର ୧୫୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କିନ୍ତୁ ମୃତ୍ୟୁହାର ୧.୬୧%କୁ କମିଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୫ ରାଜ୍ୟ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରୁ ପ୍ରାୟ ୬୦% ସକ୍ରିୟ ମାମଲା ରହିଛି। ୧୧.୬୭ ଲକ୍ଷ ସଂକ୍ରମଣ ସହ ମହାରାଷ୍ଟ୍ର ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ରହିଛି।
from Kanak News https://ift.tt/3mEKJUI https://ift.tt/2Z6a7ZG
No comments: