ଚୀନ୍‌ ଆକ୍ରମଣ କଲେ ଉଚିତ ଜବାବ ଦେବ ବାୟୁସେନା : ୧୦ ଦିନର ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ Kanak News

କନକ ବ୍ୟୁରୋ : ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ଏବଂ ଚୀନ୍‌ ଅଧିକୃତ ଅକ୍ଷୟ ଚୀନ୍‌ରେ ସମ୍ପ୍ରତି ୫୦ ହଜାର ଚୀନୀ ସୈନିକ ଠୁଳ ହେବା ସହ ଭାରୀ ଯୁଦ୍ଧାସ୍ତ୍ର ଓ କ୍ଷେପଣାସ୍ତ୍ର ନିୟୋଜିତ ହୋଇଛି। ଚୀନ୍‌ର ଏଭଳି ପଦକ୍ଷେପ ଯୁଦ୍ଧ ଉତ୍ତେଜନା ବଢ଼ାଉଛି ବୋଲି ଭାରତୀୟ ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ନିଜର ନାମ ଗୋପନ ରଖି ଏହି ଅଧିକାରୀ ଜଣକ ଚୀନ ସେନାର ଅବସ୍ଥିତି ଓ ଗତିବିଧିକୁ ବିଶ୍ଳେଷଣ କରି କହିଛନ୍ତି ଯେ ଯେତେବେଳେ ବି ଚୀନ୍‌ ପକ୍ଷରୁ ଆକ୍ରମଣ ଆରମ୍ଭ ହେବ, ପ୍ରଥମେ ଭାରତୀୟ ବାୟୁସେନା ଆକ୍ରମଣରୁ ନିଜର ଯୁଦ୍ଧାସ୍ତ୍ର ପ୍ରଣାଳୀକୁ ବଞ୍ଚାଇ ରଖିବା ଲାଗି ଚୀନ ସୈନିକମାନେ ଗୁଳିଗୋଳା ସହ କିଛି ସମ୍ମୁଖଭାଗ ରକେଟ ବର୍ଷା ସହ ସ୍ଥଳଭାଗରୁ ଆକାଶମାର୍ଗକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ମାଡ଼ କରି ଆଗକୁ ମାଡ଼ି ଚାଲିବେ। ତେବେ ଏହା ହେଉଛି ପୁରୁଣା ସୋଭିଏତ ସଂଘର ଯୁଦ୍ଧ ପରିଚାଳନା କୌଶଳ ଯେଉଁଠି ବର୍ତ୍ତମାନ ପରିପ୍ରେକ୍ଷୀରେ ସଶସ୍ତ୍ର ଚୀନ ସୈନିକମାନେ ନିଭୃତ ଅଞ୍ଚଳ ଯଥା ପ୍ରକୃତ ନିୟନ୍ତ୍ରଣ ରେଖାର ୩୨୦ କିମି ଦୂର ହୋତାନ ବାୟୁସେନା ଘାଟିରେ ରହି ଆବଶ୍ୟକ ଆକାଶମାର୍ଗ ପ୍ରତିରକ୍ଷା ଯୋଗାଉଛନ୍ତି।

ତେବେ ଅନେକ ସାମରିକ ବିଶେଷଜ୍ଞଙ୍କର ଅନୁମାନ ହେଲା, କୌଣସି ଯୁଦ୍ଧ ହେଲେ ଚୀନ ସେନା ଗତିପଥରୋଧକାରୀ ଯୁଦ୍ଧାସ୍ତ୍ର ବ୍ୟବହାର କରି ଭାରତୀୟ ଯୋଦ୍ଧାଙ୍କୁ ସ୍ଥଳଭାଗରେ ରହିବାକୁ ବାଧ୍ୟ କରିବ। କାରଣ ଭାରତୀୟ ବାୟୁସେନାର ପ୍ରଭାବଶାଳୀ ଯୁଦ୍ଧନୀତି ଚୀନ୍‌ ଯୋଜନାକୁ ପଣ୍ଡ କରିଦେବ। ଅପରପକ୍ଷେ, ପ୍ରକୃତ ନିୟନ୍ତ୍ରଣ ରେଖାଠାରୁ ହୋତାନ, ଲାସା ଓ କାସଗର ସ୍ଥିତ ଚୀନ ବିମାନ ଘାଟି ଭାରତୀୟ ବିମାନ ଘାଟି ଠାରୁ ଅପେକ୍ଷାକୃତ ଦୂରରେ ଥିବାରୁ କୌଣସି ବି ପ୍ରତିକୂଳ ସ୍ଥିତିରେ ଭାରତୀୟ ବାୟୁସେନା ଆଗ ପ୍ରତିକ୍ରିୟା ଦେଖାଇବ। ଫଳସ୍ୱରୂପ ଚୀନ୍‌ର ସ୍ଥଳପଥରୁ ଆକାଶପଥକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ପ୍ରଣାଳୀ ପ୍ରଥମେ ଭାରତୀୟ ବାୟୁସେନାର ଆକାମାର୍ଗରୁ ସ୍ଥଳଭାଗକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ରର ଶିକାର ହେବ। ଥରେ ସେମାନଙ୍କ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ବିଧ୍ୱସ୍ତ ହୋଇଗଲେ, ତିବ୍ବତ ମରୁରେ ଠୁଳ ହୋଇଥିବା ବହୁ ମାତ୍ରାର ଭାରୀ ଯୁଦ୍ଧାସ୍ତ୍ର ସବୁକୁ ଆଉ ଲୁଚାଇ ହେବନି ଯାହାକି ଭାରତୀୟ ବାୟୁସେନାର କ୍ଷେପଣାସ୍ତ୍ର ମାଡ଼ର ଶିକାର ହେବ।

ସେହିପରି ସମତଳ ଅଞ୍ଚଳରେ ଅତ୍ୟନ୍ତ ନିଭୃତ ହୋଇ ଠୁଳ ହୋଇଥିବା ଚୀନ ସୈନିକମାନେ ଭାରତୀୟ ଯବାନଙ୍କ ପରି ଲଦାଖର ପାର୍ବତ୍ୟାଞ୍ଚଳରେ ନିପୁଣତା ଦେଖାଇ ପାରିବେ ନାହିଁ ଭାରତୀୟ ବାୟୁସେନାର ଏହି ଅଧିକାରୀ ଜଣକ ଦୃଢ଼ୋକ୍ତି ରଖିଛନ୍ତି। ପାଙ୍ଗଙ୍ଗ ସୋ ହ୍ରଦର ଉଭୟ ଉତ୍ତର ଓ ଦକ୍ଷିଣ ପାଶ୍ୱର୍ରେ ଗୁରୁତ୍ୱପୂର୍ଣ୍ଣ ପର୍ବତ ଶିଖରଗୁଡ଼ିକୁ ଭାରତୀୟ ଯବାନମାନେ କବ୍‌ଜା କରି ରଖିଛନ୍ତି।

ତେଣୁ ଚୀନ୍‌ର ଯେକୌଣସି ଆକ୍ରମଣକୁ ଭାରତୀୟ ସେନା ଦୃଢ଼ହସ୍ତରେ ଦମନ କରିବାର ଦକ୍ଷତା ରଖିଛି। ଭାରତୀୟ ସେନା ୧୦ ଦିନର ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ମୋଦୀ ସରକାର ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ଆହରଣ କରିବା ପାଇଁ ସ୍ୱାଧୀନତା ଦେଇଛନ୍ତି। କୌଣସି ଅନ୍ତର୍ଜାତୀୟ ହସ୍ତକ୍ଷେପ ବିନା ଭାରତ-ଚୀନ୍‌ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ୧୦ ଦିନରୁ ଅଧିକ ଦିନ ତିଷ୍ଠିବ ନାହିଁ।



from Kanak News https://ift.tt/2EvtOTq https://ift.tt/2AEyqol
ଚୀନ୍‌ ଆକ୍ରମଣ କଲେ ଉଚିତ ଜବାବ ଦେବ ବାୟୁସେନା : ୧୦ ଦିନର ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ Kanak News ଚୀନ୍‌ ଆକ୍ରମଣ କଲେ ଉଚିତ ଜବାବ ଦେବ ବାୟୁସେନା : ୧୦ ଦିନର ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ Kanak News Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.