କରୋନା ସଂକ୍ରମଣ : ଶୀର୍ଷକୁ ଯିବ ଭାରତ ! ଅକ୍ଟୋବରରେ ଆମେରିକାକୁ ପଛରେ ପକାଇ‌ବ; ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଯିବ, ହାଇଦ୍ରାବାଦ ବିଟ୍‌ସ ବିଶେଷଜ୍ଞଙ୍କ ପୂର୍ବାନୁମାନ Kanak News

କନକ ବ୍ୟୁରୋ : ମହାମାରୀ କରୋନାରେ ଭାରତରେ ବର୍ତ୍ତମାନ ସୁଦ୍ଧା ସାଢ଼େ ୪୭ ଲକ୍ଷ ଆକ୍ରାନ୍ତ ହେଲେଣି । ୭୯ ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ତେବେ ଆଗକୁ ଭାରତର ସ୍ଥିତି ଆହୁରି ସଙ୍ଗିନ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଯିବ। ଏଥି ସହ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ବର ସର୍ବାଧିକ କରୋନା ସଂକ୍ରମିତ ଦେଶ ହେବାର ଅପଯଶ ମୁଣ୍ଡାଇବ। ହାଇଦ୍ରାବାଦ ସ୍ଥିତ ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ସାଇନ୍ସ(ବିଟ୍‌ସ)ର ଗବେଷକମାନେ ଏଭଳି ପୂର୍ବାନୁମାନ କରିଛନ୍ତି।

ଗତ ମାସେ ହେଲା ଦେଶରେ କରୋନା ସଂକ୍ରମଣ ସଂଖ୍ୟା କଳ୍ପନାତୀତ ଭାବେ ବଢ଼ି ଚାଲିଛି । ଅଗଷ୍ଟ ମଧ୍ୟଭାଗରୁ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ଗତ ୪ ଦିନ ହେଲା ଲଗାତାର ଭାବେ ଦେଶରେ ଦୈନିକ ସଂକ୍ରମଣ ପାଖାପାଖି ୯୫ ହଜାର ରହୁଛି। ମାମଲା ଦୁଇଗୁଣ ହେବା ପାଇଁ ପୂର୍ବରୁ ଯେତିକି ଦିନ ଲାଗୁଥିଲା ‌ଏବେ ତାହା ତୁଳନାରେ ଖୁବ୍ କମ୍ ଦିନ ଲାଗୁଛି। ବର୍ତ୍ତମାନ ନମୁନା ପରୀକ୍ଷା ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିଥିଲେ ହେଁ ଆମ ଦେଶର ଲୋକସଂଖ୍ୟା ତୁଳନାରେ ତାହା ପର୍ଯ୍ୟାପ୍ତ ନୁହେଁ। ଯଦି ନମୁନା ପରୀକ୍ଷା ସଂଖ୍ୟା ଆଗାମୀ ଦିନରେ ବଢ଼େ ତା’ହେଲେ ଦୈନିକ ସଂକ୍ରମଣ ଆହୁରି ବଢ଼ିବା ଆଶଙ୍କା ରହିଛି।

ତେବେ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ୁଥିଲେ ମଧ୍ୟ ବର୍ତ୍ତମାନ ଦେଶରେ କୋଭିଡ୍‌ ମୃତ୍ୟୁହାର ଯଥେଷ୍ଟ କମ୍‌ ଓ ଆରୋଗ୍ୟ ହାର ଉଲ୍ଲେଖନୀୟ ଭାବେ ଅଧିକ ରହିଛି। ଏହା ସତ୍ତ୍ବେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ନୁହେଁ ବୋଲି କହିବାକୁ ହେବ। ଦିନକୁ ଦିନ ଏହା ବଢ଼ି ଚାଲିବା ସହ ବିଭିନ୍ନ ସମୟରେ ଦେଶର ବିଭିନ୍ନ ସହର ସଂକ୍ରମଣର ଶୀର୍ଷ ଛୁଇଁବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତମାସରେ ଭାରତ ବିଶ୍ବର ତୃତୀୟ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ଥିଲା। କିନ୍ତୁ ଗତ ସପ୍ତାହରେ ଭାରତ ବ୍ରାଜିଲକୁ ଅତିକ୍ରମ କରିଯାଇଛି। ୱାର୍ଲଡୋମିଟର ତଥ୍ୟ ଅନୁଯାୟୀ, ଆମେରିକାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୭ ଲକ୍ଷ ରହିଛି। ଭାରତ ବିଶ୍ବର ତୃତୀୟ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ରହିଥିବା ଗତ ସପ୍ତାହରେ ଭାରତ ଏହି ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲକୁ ଟପିଯାଇଛି। ଭାରତରେ ସଂକ୍ରମଣ ଯେଭଳି ହାରରେ ବଢ଼ୁଛି କୌଣସି ଫଳପ୍ରଦ ଟିକା ଉପଲବ୍ଧ ହେବା ନଯାଏ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପିନ୍ଧିବା ଆଦି ଉପରେ ସର୍ବାଧିକ ଗୁରୁତ୍ବାରୋପ କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।



from Kanak News https://ift.tt/3hoYvat https://ift.tt/2GUy5AF
କରୋନା ସଂକ୍ରମଣ : ଶୀର୍ଷକୁ ଯିବ ଭାରତ ! ଅକ୍ଟୋବରରେ ଆମେରିକାକୁ ପଛରେ ପକାଇ‌ବ; ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଯିବ, ହାଇଦ୍ରାବାଦ ବିଟ୍‌ସ ବିଶେଷଜ୍ଞଙ୍କ ପୂର୍ବାନୁମାନ Kanak News କରୋନା ସଂକ୍ରମଣ : ଶୀର୍ଷକୁ ଯିବ ଭାରତ ! ଅକ୍ଟୋବରରେ ଆମେରିକାକୁ ପଛରେ ପକାଇ‌ବ; ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଯିବ, ହାଇଦ୍ରାବାଦ ବିଟ୍‌ସ ବିଶେଷଜ୍ଞଙ୍କ ପୂର୍ବାନୁମାନ Kanak News Reviewed by SUBHENDU BARAL on September 13, 2020 Rating: 5

No comments:

Powered by Blogger.