୬୦ ଗଭୀର କୂଅ ଗାଏବ୍: କବ୍‌ଜାକୁ ଗଲାଣି ୫୦, ପୋତି ହେଲାଣି ୧୦;ମାତ୍ର ୧୦ଟି ଲୋକଙ୍କ ବ୍ୟବହାରରେ ଲାଗୁଛି Kanak News

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରୁ କୂଅ ଗାଏବ। ଫୁଲବାଣୀବାସୀଙ୍କ ଜଳ ସମସ୍ୟା ଦୂର ପାଇଁ ପ୍ରାୟତଃ ୬୦ ବର୍ଷ ପୂର୍ବେ ବିଭିନ୍ନ ସାହିବସ୍ତିରେ ୭୦ଟି ନିର୍ମାଣ ହୋଇଥିଲା ଗଭୀର କୂଅ। ସଂପ୍ରତି କେଉଁ ଆଡେ କୂଅର ଚିହ୍ନବର୍ଣ୍ଣ ଆ‌ଉ ନାହିଁ କହିଲେ ଚଳେ। କିଏ କୂଅକୁ ନିଜ କବ୍‌ଜାକୁ ନେଇ ତା ଉପରେ ଘର ତିଆରି କଲାଣି ତ ଆଉ କିଏ ଦଖଲକୁ ନେବାକୁ କୂଅ ପୋତିବାରେ ବ୍ୟସ୍ତ ରହିଲେଣି। ୭୦ଟାରୁ ଏବେ ମାତ୍ର ୧୦ଟି କୂଅରୁ ଲୋକମାନେ ପାଣି ବ୍ୟବହାର କରୁଛନ୍ତି।

କିଛି ବୟୋଜ୍ୟେଷ୍ଠ ଓ ପୁରାତନ ବ୍ୟକ୍ତିବିଶେଷଙ୍କ କହିବା ଅନୁଯାୟୀ ବର୍ତ୍ତମାନର ଫୁଲବାଣୀ ସହର ୬୦ ବର୍ଷ ପୂର୍ବେ ପଞ୍ଚାୟତ ଥିଲା। ସେ ସମୟରେ ଫୁଲବାଣୀ ଜଳ ସମସ୍ୟା ଉତ୍କଟ ରହିଥିଲା। ଏବେ ସିନା ନଳକୂପ ଖନନ ହେଲା। ଆଉ ଘରକୁ ଜଳଯୋଗାଣ ବ୍ୟବସ୍ଥା କରାଗଲା। ସେ ସମୟରେ ଏସବୁ ସୁବିଧା ନଥିବାରୁ ଜଳ ସମସ୍ୟା ଦୂର ପାଇଁ ବିଭିନ୍ନ ସାହି ବସ୍ତିରେ ଗଭୀର କୂଅ ଖନନ ପାଇଁ ପରିକଳ୍ପନା କରା ଯାଇଥିଲା। ପ୍ରାୟତଃ ଜନଗହଳି ସରକାରୀ ଜାଗାରେ ୭୦ଟି ଗଭୀର କୂଅ ନିର୍ମାଣ ହୋଇଥିଲା। ସେ ସମୟରେ ଗୋଟାକୁ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏମିତି ୭ ଲକ୍ଷ୍ୟ ଟଙ୍କା ବ୍ୟୟରେ ଖନନ ଗଭୀର କୂଅରୁ ଲୋକମାନେ ପାଣି ବ୍ୟବହାର କରିଥିଲେ। ‌ଗଭୀର କୂଅ ଖନନ ଦ୍ବାରା ଲୋକଙ୍କ ଜଳ କଷ୍ଟ ବହୁ ମାତ୍ରାରେ କମି ଥିଲା। ଆଉ ସବୁଠାରୁ ବଡ଼ କଥା ହେଲା ଖରା ଦିନରେ ବି ଗଭୀର କୂଅଗୁଡ଼ିକରୁ ପର୍ଯ୍ୟାନ୍ତ ପାଣି ବାହାରୁଥିଲା। କ୍ରମଶଃ ଫୁଲବାଣୀ ପ୍ରଥମେ ଏନ୍‌ଏସି ହେଲା। ତା’ପର କିଛି ବର୍ଷ ପରେ ପୌର ପରିଷଦ ହେଲା। ଏନ୍‌ଏସି ଓ ପୌର ପରିଷଦ ହେବା ପରେ ଫୁଲବାଣୀ ସହରରୁ ଜଳ ସମସ୍ୟା ଦୂର ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଲା। କୋଟି କୋଟି ଟଙ୍କା ବ୍ୟୟରେ ବଡ଼ ବଡ଼ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବା ସହ ବହୁ ସ୍ଥାନରେ ଗଭୀର ନଳକୂପ ଖନନ ହେଲା। ଏସବୁ ଯୋଜନା କାର୍ଯ୍ୟକାରୀ ହେବା ପରେ ଗଭୀର କୂଅଗୁଡ଼ିକ ଆଉ ପୂର୍ବଭଳି ଦରକାରରେ ଆସିଲା ନାହିଁ। କାଁଭାଁ କେତେକ ସ୍ଥାନରେ ଏବେ ଗଭୀର କୂଅରୁ ଲୋକମାନେ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ନିର୍ମାଣ ହୋଇଥିବା ୭୦ଟି କୂଅରୁ ପ୍ରାୟତଃ ୫୦କୁ ଲୋକ କବ୍‌ଜା କରି ସାରିଲେଣି। ସେସବୁ କୂଅ ଉପରେ ଘରବାଡି ନିର୍ମାଣ କରି ସାରିଲେଣି। ଆଉ ୧୦ଟି କୂଅ ପୋତି ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିଛି। ଏସବୁ କୂଅଗୁଡିକୁ ବି କବ୍‌ଜା କରିବାକୁ ମନ ବଳାଇ ପୋତା ଯିବାରେ ଲାଗିଛି।

ସଂପ୍ରତି କହିବାକୁ ଗଲେ ଏବେ ମାତ୍ର ୧୦ଟି କୂଅ ଠିକ୍‌ ରହିଛି। ଲୋକମାନେ ଏସବୁ କୂଅରୁ ପାଣି ବ୍ୟବହାର କରୁଛନ୍ତି। ନଳକୂପ ଖନନ ହେଉ କି ଜଳଯୋଗାଣ । ତଥାପି ଫୁଲବାଣୀ ସହରର କିଛି ଅଞ୍ଚଳରେ ଏବେ ବି ପାଣି ସମସ୍ୟା ରହିଛି। ଏଭଳି ସ୍ଥଳେ ଗଭୀର କୂଅଗୁଡ଼ିକ ନିଶ୍ଚୟ କାମରେ ଆସିଥାନ୍ତା। ହେଲେ ଏନେଇ ପ୍ରଶାସନ ମୁଣ୍ଡ ନ ପୂରାଇବାରୁ ୫୦ଟି ଗଭୀର କୂଅ ଲୋକଙ୍କ ଦଖଲକୁ ପଳାଇ ସାରିଲାଣି। ବାକି ପୋତି ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ୧୦ଟି କୂଅ ଲୋକ କବ୍‌ଜାକୁ ଯିବା ଯିବା ହେଲାଣି। ଫୁଲବାଣୀ ସହରର ଜଳକଷ୍ଟ ଅଞ୍ଚଳରେ ପାଣି ସମସ୍ୟା ଦୂର ପାଇଁ ଗଭୀର କୂଅର ଆବଶ୍ୟକତା ବହୁତ ଥିବାରୁ ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।



from Kanak News https://ift.tt/2GZFIpr https://ift.tt/3kkzij3
୬୦ ଗଭୀର କୂଅ ଗାଏବ୍: କବ୍‌ଜାକୁ ଗଲାଣି ୫୦, ପୋତି ହେଲାଣି ୧୦;ମାତ୍ର ୧୦ଟି ଲୋକଙ୍କ ବ୍ୟବହାରରେ ଲାଗୁଛି Kanak News ୬୦ ଗଭୀର କୂଅ ଗାଏବ୍: କବ୍‌ଜାକୁ ଗଲାଣି ୫୦, ପୋତି ହେଲାଣି ୧୦;ମାତ୍ର ୧୦ଟି ଲୋକଙ୍କ ବ୍ୟବହାରରେ ଲାଗୁଛି Kanak News Reviewed by SUBHENDU BARAL on September 15, 2020 Rating: 5

No comments:

Powered by Blogger.