
କନକ ବ୍ୟୁରୋ : ପ୍ରାଇଭେଟ ଲାଇସେନ୍ସପ୍ରାପ୍ତ ଗାଡ଼ିଗୁଡିକ କୌଣସି ପରିସ୍ଥିତିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବନାହିଁ। ଏପରି କଲେ ଗାଡ଼ି ଭଡ଼ା କରିଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏତଲା ରୁଜୁ ହେବ। ଏଥିସହିତ ପ୍ରାଇଭେଟ ଗାଡ଼ିର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାନେଇ ପରିବହନ କମିସନ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନା ଅନୁଯାୟୀ, ଘରୋଇ ଗାଡି ଗୁଡ଼ିକ ସରକାରୀ, ଏକକ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଏବଂ ଶିଳ୍ପସଂସ୍ଥାରେ ଭଡ଼ା ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ପରିବହନ ବିଭାଗର ନଜରକୁ ଆସିଛି। ଏଭଳି କାର୍ଯ୍ୟ ମୋଟର ଯାନ ଆଇନ- ୧୯୮୮କୁ ଖୋଲା ଉଲ୍ଲଂଘନ କରୁଛି। ଏମାନେ ଗାଡ଼ି ଭଡ଼ାରେ ନେଲାବେଳେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଯାଞ୍ଚ କରି ଗାଡି ବ୍ୟବସାୟିକ ଉଦ୍ଦେଶ୍ୟ କି ଘରୋଇ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଲାଇସେନ୍ସ ମିଳିଛି, ଜାଣି ପାରିବେ। ସେହି ଅନୁଯାୟୀ ଗାଡି ଭଡ଼ାରେ ନେବେ। ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଗାଡ଼ିର ନମ୍ବର ପ୍ଲେଟ ହଳଦିଆ ରଙ୍ଗର ଏବଂ କଳା ରଙ୍ଗରେ ନମ୍ବର ଲେଖାଯାଇଥାଏ। ଏହି ଗାଡ଼ିରେ ବୈଧ ପରମିଟ, ବୀମା, ଫିଟନେସ ସାର୍ଟିଫିକେଟ, ଟ୍ୟାକ୍ସ ଠିକ ସମୟରେ ପୈଠ ହେଇଥିବା କାଗଜପତ୍ର, ପଲ୍ୟୁସନ ସାର୍ଟିଫିକେଟ ଥିବା ବାଧ୍ୟତାମୂଳକ। ଗାଡ଼ି ଭଡ଼ା କରିବା ପୂର୍ବରୁ ସମ୍ପୃକ୍ତ ଅନୁଷ୍ଠାନ ଏସବୁ ଯାଞ୍ଚ କରିବା ଜରୁରୀ। ଏଭଳି ନକଲେ ଗାଡି ଭଡ଼ାରେ ନେଉଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ମାମଲା ରୁଜୁ ହେବ। ଗାଡି ମାଲିକଙ୍କ ନିକଟରୁ ଜରିମାନା ଆଦାୟ ସହିତ ପ୍ରାଇଭେଟରୁ କମରସିଆଲକୁ ପରିବର୍ତ୍ତନ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
from Kanak News https://ift.tt/3kWkmIp https://ift.tt/3jhkZfa
No comments: