ବଢ଼ୁଛି ଟ୍ୱିନ୍ ସିଟିରେ କରୋନା ଭୟ : ଲୋକ ମାନୁନାହାନ୍ତି କରୋନା ନିୟମ, ବୁଧବାର ଯାଏଁ ସରକାର ଦେଲେ ସମୟ ; ନିୟମ ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ   Kanak News

କନକ ବ୍ୟୁରୋ : ରାଜ୍ୟରେ ମଧ୍ୟ କରୋନା ମିଟର ଉପରକୁ ଉଠିବାରେ ଲାଗିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର କହିଛନ୍ତି ସଂକ୍ରମଣ ବଢୁଥିଲେ ବି ଲୋକେ କଟକଣା କୋହଳ ପରେ ଅତି ବେପରୁଆ ହୋଇଯାଇଛନ୍ତି । କଟକ ଓ ଭୁବନେଶ୍ୱରରେ ସ୍ଥିତି ଅଧିକ ସଂଗୀନ ହେଉଛି । ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଟ୍ୱିନସିଟିର ତୃଣମୂଳ ସ୍ତରରେ ଅନୁଧ୍ୟାନକରି ଏଭଳି ରିପୋର୍ଟ ଦେଇଛନ୍ତି । ଏହାସହ ଭିଡ ଭିତରେ କେମିତି ଲୋକେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଣ ଦେଖା କରୁଛନ୍ତି ସେନେଇ ଭିଡିଓ ରେକର୍ଡିଂ ଜାରି କରିଛନ୍ତି ।

ଆଉ କହିଛନ୍ତି ଦୁଇଦିନ ପରେ ନିୟମ ନମାନିଲେ କଠୋର ପଦକ୍ଷେପ ନିଆଯିବ । ଅନଲକରେ କୋଭିଡ ସମ୍ବନ୍ଧୀୟ ନିୟମାବଳୀ ନମାନିଲେ ବୁଧବାର ଠାରୁ ଧରପଗଡ ଜୋରଦାର ହେବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।



from Kanak News https://ift.tt/330kXBi https://ift.tt/3bFgWXc
ବଢ଼ୁଛି ଟ୍ୱିନ୍ ସିଟିରେ କରୋନା ଭୟ : ଲୋକ ମାନୁନାହାନ୍ତି କରୋନା ନିୟମ, ବୁଧବାର ଯାଏଁ ସରକାର ଦେଲେ ସମୟ ; ନିୟମ ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ   Kanak News ବଢ଼ୁଛି ଟ୍ୱିନ୍ ସିଟିରେ କରୋନା ଭୟ : ଲୋକ ମାନୁନାହାନ୍ତି କରୋନା ନିୟମ, ବୁଧବାର ଯାଏଁ ସରକାର ଦେଲେ ସମୟ ; ନିୟମ ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ   Kanak News Reviewed by SUBHENDU BARAL on September 07, 2020 Rating: 5

No comments:

Powered by Blogger.