
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ମାମଲା ୫୬ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୩ ହଜାର ୩୪୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୦୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମଣ ମାମଲା ୫୬ ଲକ୍ଷ ୪୬ ହଜାର ୧୧ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୯୦ ହଜାର ଟପିଯାଇଛି। ଦେଶରେ ଏବେ ୯ ଲକ୍ଷ ୬୮ ହଜାର ୩୭୭ ସକ୍ରିୟ ମାମଲା ରହିଛି। ଅନ୍ୟପକ୍ଷେ ୪୫ ଲକ୍ଷ ୮୭ ହଜାର ୬୧୪ ଜଣ କରୋନାରୁ ସୁସ୍ଥ ହେଲେଣି। ତେବେ ଲଗାତାର ୫ ଦିନ ଧରି ଦେଶରେ ସଂକ୍ରମଣ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହୁଛି।
ସେପ୍ଟେମ୍ବର ୧୯ ପରଠାରୁ ସଂକ୍ରମଣ ମାମଲା ଅପେକ୍ଷା ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହୁଛି। ଆଜି ଦେଶରେ ସଂକ୍ରମଣ ମାମଲା ୮୩ ହଜାର ୩୪୭ ଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୮୯ ହଜାର ୭୪୬ ରହିଛି। ଗତକାଲି ତଥା ସେପ୍ଟେମ୍ବର ୨୨ରେ ଦେଶରେ ସଂକ୍ରମଣ ମାମଲା ୭୫ ହଜାର ୮୩ ଥିବାବେଳେ ୧ ଲକ୍ଷ୧ ହଜାର ୪୬୮ ଜଣ ସୁସ୍ଥ ହୋଇଥିଲେ। ସେପ୍ଟେମ୍ବର ୨୧ରେ ସଂକ୍ରମଣ ମାମଲା ୮୬ ହଜାର ୯୬୧ ଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୯୩ ହଜାର ୩୫୬ ଥିଲା। ସେପ୍ଟେମ୍ବର ୨୦ରେ ସଂକ୍ରମଣ ମାମଲା ୯୨ ହଜାର ୬୦୫ ଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୯୪ ହଜାର ୬୧୨କୁ ରହିଛି। ସେହିପରି ସେପ୍ଟେମ୍ବର ୧୯ରେ ସଂକ୍ରମଣ ମାମଲା ୯୩ ହଜାର ୩୩୭ ଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୯୫ ହଜାର ୮୮୦ ରହିଥିଲା।
୧୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରତି ୧୦ ଲକ୍ଷରେ ଟେଷ୍ଟିଂ ବୃଦ୍ଧି ହୋଇଛି ଏବଂ ଜାତୀୟ ହାରାହାରିଠାରୁ ପଜିଟିଭ୍ ହାର ମଧ୍ୟ କମ୍ ରହୁଛି। ଟେଷ୍ଟିଂ ବଢ଼ିବା ଦ୍ବାରା ରୋଗକୁ ଆଗୁଆ ଚିହ୍ନଟ କରି ହୋଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ କରାଯାଇଥିବା ମୋଟ୍ ସଂକ୍ରମଣ ମାମଲାର ୭୪ ପ୍ରତିଶତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, କେରଳ, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରୁ ଚିହ୍ନଟ ହୋଇଛି।
from Kanak News https://ift.tt/33Nph7m https://ift.tt/3kN8RmB
No comments: