ଏକାଧିକ ବିସ୍ଫୋରଣ ଘଟି ଓଏନଜିସି କାରଖାନାରେ ଅଗ୍ନିକାଣ୍ଡ Kanak News

କନକ ବ୍ୟୁରୋ : ଗୁରୁବାର ଦିନ ଭୋର୍ ସମୟରେ ଗୁଜୁରାଟର ସୁରତରେ ଥିବା ଏକ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ।

ଓଏନଜିସି ଅଧିକାରୀଙ୍କ ଅନୁଯାୟୀ, ପ୍ଲାଣ୍ଟରେ ଏକାଧିକ ବିସ୍ଫୋରଣ ଘଟି ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ତେବେ ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରାଯାଇଥିବା କୁହାଯାଉଛି। ତେବେ ଅନେକ କିଲୋମିଟର ଦୂର ଯାଏଁ ଅଗ୍ନିକାଣ୍ଡର ଧୂଆଁର ଦେଖିବାକୁ ମିଳୁଥିବା ଜଣାଯାଇଛି।



from Kanak News https://ift.tt/368lg0p https://ift.tt/340x9mq
ଏକାଧିକ ବିସ୍ଫୋରଣ ଘଟି ଓଏନଜିସି କାରଖାନାରେ ଅଗ୍ନିକାଣ୍ଡ Kanak News ଏକାଧିକ ବିସ୍ଫୋରଣ ଘଟି ଓଏନଜିସି କାରଖାନାରେ ଅଗ୍ନିକାଣ୍ଡ Kanak News Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.