ନିଯୁକ୍ତି ହରାଇଲେ ୬୬ ଲକ୍ଷ ପେସାଦାର : ଚାରି ବର୍ଷର ଅଗ୍ରଗତି ଧୋଇନେଲା ଲକ୍‌ଡାଉନ୍‌; ୫୦ ଲକ୍ଷ ଶିଳ୍ପ ଶ୍ରମିକ ବେକାର, ଅନେକ ଇଞ୍ଜିନିୟର, ଆକାଉଣ୍ଟାଣ୍ଟ୍‌ ପ୍ରଭାବିତ Kanak News

କନକ ବ୍ୟୁରୋ : କରୋନା ମହାମାରୀ ସବୁ ବର୍ଗର ନିଯୁକ୍ତିକୁ ପ୍ରଭାବିତ କରିଛି । କେବଳ ଶ୍ରମିକ କିମ୍ବା ତଳିଆ କର୍ମଚାରୀ ନୁହେଁ ବରଂ ମୋଟା ଅଙ୍କର ବେତନ ପାଉଥିବା ଇଞ୍ଜିନିୟର, ଡାକ୍ତର ଓ ଶିକ୍ଷକମାନେ ମଧ୍ୟ ଚାକିରି ହରାଇ ବେକାର ହୋଇଛନ୍ତି। ବେସରକାରୀ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ, ଗତ ମେ’ରୁ ଅଗଷ୍ଟ ମଧ୍ୟରେ ଦେଶରେ ୬୬ ଲକ୍ଷ ପେସାଦାର ନିଜର ଜୀବିକା ହରାଇଛନ୍ତି। ମାନବ ସମ୍ବଳ ଦୁନିଆର ଭାଷାରେ ସେମାନଙ୍କୁ ହ୍ବାଇଟ୍‌ କଲାର୍‌ ପେସାଦାର କୁହାଯାଉଛି। ଯେଉଁମାନେ ବରିଷ୍ଠ ପଦପଦବୀରେ ରହି କାର୍ଯ୍ୟ କରନ୍ତି ସାଧାରଣତଃ ଧଳା ସାର୍ଟ ପରିଧାନ କରୁଥିବାରୁ ସେମାନଙ୍କୁ ହ୍ବାଇଟ୍‌ କଲାର୍ ଏବଂ ତଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନୀଳ ରଙ୍ଗର ସାର୍ଟ ପରିଧାନ କରୁଥିବାରୁ ସେମାନଙ୍କୁ ବ୍ଲୁ କଲାର୍‌ ପେସାଦାର କୁହାଯାଏ।

ସିଏମ୍‌ଆଇଇ ରିପୋର୍ଟ ଅନୁଯାୟୀ, ବିଗତ ଚାରି ବର୍ଷରେ ନିଯୁକ୍ତିରେ ଯେଉଁ ଅଗ୍ରଗତି ହୋଇଥିଲା ତାହା କରୋନା ମହାମାରୀ ପ୍ରଭାବରେ ଧୋଇ ଯାଇଛି। ଏହି ସମୟରେ ୫୦ ଲକ୍ଷ ଶିଳ୍ପ ଶ୍ରମିକ ମଧ୍ୟ ବେକାର ହୋଇଛନ୍ତି। ଚଳିତ ବର୍ଷର ମେ’ରୁ ଅଗଷ୍ଟ ମଧ୍ୟରେ ଅନେକ ସଫ୍‌ଟଓୟାର ଇଞ୍ଜିନିୟର, ଡାକ୍ତର, ଶିକ୍ଷକ, ଆକାଉଣ୍ଟାଣ୍ଟ୍‌ ଓ ଆନାଲିଷ୍ଟ୍‌ମାନେ ଚାକିରି ହରାଇଛନ୍ତି। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାରେ କାମ କରୁଥିବା ପେସାଦାରମାନେ ଚାକିରି ହରାଇଥିବା ଜଣାପଡ଼ିିଛି। ସ୍ବାବଲମ୍ବୀ ହୋଇ କାର୍ଯ୍ୟ କରୁଥିବା ପେସାଦାରମାନଙ୍କୁ ଏହି ହିସାବ ପରିସରକୁ ଅଣାଯାଇନାହିଁ। ତେବେ କାର୍ଯ୍ୟାଳୟ ଭିତରେ ରହି କାମ କରୁଥିବା ସେକ୍ରେଟାରି, କିରାଣୀ, ବିପିଓ/କେପିଓ କର୍ମଚାରୀ, ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ଚାକିରି ପ୍ରାୟ ସୁରକ୍ଷିତ ରହିଛି। ସେମାନେ ଘରେ ରହି କାର୍ଯ୍ୟ କରିବାର ସୁବିଧା ପାଇଛନ୍ତି। ୨୦୧୬ ପରେ ଏଭଳି କର୍ମଚାରୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇନାହିଁ। ୨୦୧୮ ସୁଦ୍ଧା ସେଭଳି କର୍ମଚାରୀଙ୍କ ସଂଖ୍ୟା ୧.୫ କୋଟିରୁ ହ୍ରାସ ପାଇ ୧.୨ କୋଟିରେ ପହଞ୍ଚିଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି ଲକ୍‌ଡାଉନ୍‌ରେ ଏହି ସଂଖ୍ୟା ହ୍ରାସ ପାଇନାହିଁ। ଦେଶରେ ହ୍ବାଇଟ୍‌ କଲାର୍‌ ପେସାଦାରଙ୍କ ସଂଖ୍ୟା ୧ କୋଟି ୮୮ ଲକ୍ଷ ଭଳି ଉଚ୍ଚ ସ୍ତରରେ ରହିଥିଲା।

ମାତ୍ର ଚଳିତ ବର୍ଷର ମେ’-ଅଗଷ୍ଟ ମଧ୍ୟରେ ସେମାନଙ୍କ ସଂଖ୍ୟା ୬୬ ଲକ୍ଷରୁ ଅଧିକ ହ୍ରାସ ପାଇ ୧ କୋଟି ୨୨ ଲକ୍ଷରେ ପହଞ୍ଚିିଛି। ୨୦୧୬ ପରେ ସେପାଦାରମାନଙ୍କ ଏହା ହେଉଛି ସର୍ବନିମ୍ନ ନିଯୁକ୍ତି ହାର। ଗତ ଚାରି ବର୍ଷରେ ନିଯୁକ୍ତିରେ ହୋଇଥିବା ଅଗ୍ରଗତି ଲକ୍‌ଡାଉନ୍‌ରେ ଧୋଇ ହୋଇଯାଇଛି ବୋଲି ସିଏମ୍‌ଆଇଇ କହିଛି। ଶିଳ୍ପ ଶ୍ରମିକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ସଂଖ୍ୟା ୨୮ ପ୍ରତିଶତ ହ୍ରାସ ପାଇଛି। ପ୍ରାୟ ୫୦ ଲକ୍ଷ ଶିଳ୍ପ ଶ୍ରମିକ ଚାକିରି ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ କ୍ଷୁଦ୍ର ଶିଳ୍ପ କାରଖାନାରେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍ ଦ୍ବାରା ଏମ୍ଏସ୍‌ଏମ୍ଇ ଶିଳ୍ପ କେତେ ପ୍ରଭାବିତ ତାହା ଏଥିରୁ ଜଣାପଡ଼ୁଛି ବୋଲି ସିଏମ୍‌ଆଇଇ ପକ୍ଷରୁ କୁହାଯାଇଛି। ଏହି ବେସରକାରୀ ସଂସ୍ଥା ପୂର୍ବରୁ ଆକଳନ କରିଥିଲା ଯେ ଗତ ଏପ୍ରିଲ୍‌ରେ ୧୨.୧ କୋଟି ଲୋକ ଚାକିରି ହରାଇଥିଲେ। ଅଗଷ୍ଟ ସୁଦ୍ଧା ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀଙ୍କୁ ପୁଣି ଚାକିରି ମିଳିଯାଇଥିବା ଜଣାପଡ଼ିଛି।



from Kanak News https://ift.tt/3kyuIhz https://ift.tt/2Fvqmcb
ନିଯୁକ୍ତି ହରାଇଲେ ୬୬ ଲକ୍ଷ ପେସାଦାର : ଚାରି ବର୍ଷର ଅଗ୍ରଗତି ଧୋଇନେଲା ଲକ୍‌ଡାଉନ୍‌; ୫୦ ଲକ୍ଷ ଶିଳ୍ପ ଶ୍ରମିକ ବେକାର, ଅନେକ ଇଞ୍ଜିନିୟର, ଆକାଉଣ୍ଟାଣ୍ଟ୍‌ ପ୍ରଭାବିତ Kanak News ନିଯୁକ୍ତି ହରାଇଲେ ୬୬ ଲକ୍ଷ ପେସାଦାର : ଚାରି ବର୍ଷର ଅଗ୍ରଗତି ଧୋଇନେଲା ଲକ୍‌ଡାଉନ୍‌; ୫୦ ଲକ୍ଷ ଶିଳ୍ପ ଶ୍ରମିକ ବେକାର, ଅନେକ ଇଞ୍ଜିନିୟର, ଆକାଉଣ୍ଟାଣ୍ଟ୍‌ ପ୍ରଭାବିତ Kanak News Reviewed by SUBHENDU BARAL on September 17, 2020 Rating: 5

No comments:

Powered by Blogger.