ଲଜ୍ଜା । ସୀମା ଟପିଲା ବର୍ବରତା : ଗଣଦୁଷ୍କର୍ମ ପରେ ଗଣମାଧ୍ୟମରେ ଭିଡିଓ ଛାଡିଲେ ଅଭିଯୁକ୍ତ Kanak News

କନକ ବ୍ୟୁରୋ : ରାଜସ୍ଥାନର ଅଲଵାର ଜିଲ୍ଲା ଅନ୍ତର୍ଗତ ତିଜାରା ଅଞ୍ଚଳରେ ଜଣେ ବିବାହିତା(୪୫ ବର୍ଷ) ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଅଭିଯୁକ୍ତମାନେ ଉକ୍ତ ଘଟଣାର ଜୀବନ୍ତ ଭିଡିଓ ଚିତ୍ରକୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଧରିବା ଲାଗି ତଲାସ ଜାରି ରଖିଛି।

ଗତ ୧୪ ତାରିଖରେ ଜଣେ ସମ୍ପର୍କୀୟଙ୍କୁ କିଛି ଟଙ୍କା ଧାର ଦେବା ଲାଗି ମହିଳା ଜଣକ ନିଜ ପୁତୁରା ସହିତ ବାଇକ୍‌ ଯୋଗେ ହରିଆଣାର ଏକ ଗାଁକୁ ଯାଇଥିଲେ। ସେମାନେ ଫେରୁଥିବା ବେଳେ ଏକ ପାହାଡ଼ ପାଦଦେଶରେ ୬ ଜଣ ଅସ୍ତ୍ରଶସ୍ତ୍ରଧାରୀ ଯୁବକ ସେମାନଙ୍କୁ ଅଟକାଇଥିଲେ। ସେମାନେ ପ୍ରଥମେ ଉଭୟଙ୍କୁ ବାନ୍ଧି ଦେଇ କବ୍‌ଜାକୁ ନେବା ପରେ ଜଣେ ଦୁର୍ବୃତ୍ତ ସଂପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ସେତିକି ବେ​ଳେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ମହିଳାଙ୍କ ସହ ଦୁର୍ବ୍ୟବହାର ଚଳାଇଥିଲେ। ଏପରିକି ଅଭିଯୁକ୍ତଙ୍କ ଭିତରୁ ଜଣେ ଉକ୍ତ ଘୃଣ୍ୟ ଦୃଶ୍ୟର ଜୀବନ୍ତ ଭିଡିଓ ଚିତ୍ର ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ମଧ୍ୟ ଛାଡ଼ି ଦେଇଥିଲା।



from Kanak News https://ift.tt/3mMn3y2 https://ift.tt/3kCeOTj
ଲଜ୍ଜା । ସୀମା ଟପିଲା ବର୍ବରତା : ଗଣଦୁଷ୍କର୍ମ ପରେ ଗଣମାଧ୍ୟମରେ ଭିଡିଓ ଛାଡିଲେ ଅଭିଯୁକ୍ତ Kanak News ଲଜ୍ଜା । ସୀମା ଟପିଲା ବର୍ବରତା : ଗଣଦୁଷ୍କର୍ମ ପରେ ଗଣମାଧ୍ୟମରେ ଭିଡିଓ ଛାଡିଲେ ଅଭିଯୁକ୍ତ Kanak News Reviewed by SUBHENDU BARAL on September 19, 2020 Rating: 5

No comments:

Powered by Blogger.