ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ଏଣିକି କୋଭିଡ ସଂକ୍ରମିତଙ୍କୁ ମିଳିବ ମାଗଣା ଡାକ୍ତରୀ ପରାମର୍ଶ Kanak News

କନକ ବ୍ୟୁରୋ : ଓଡ଼ିଶାର କୋଭିଡ୍‌ ରୋଗୀଙ୍କୁ ଟେଲିଫୋନ୍ ଯୋଗେ ମାଗଣା ସେବା ଯୋଗାଇ ଦେବାପାଇଁ ଓଡ଼ିଆ ବୁଦ୍ଧିଜୀବୀଙ୍କ ଆନ୍ତର୍ଜାତିକ ସଂଗଠନ ଓଡ଼ିଶା ପଜିଟିଭ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହି ସେବା ପାଇଁ ସଂଗଠନ ମେଡଟେଲ୍ ନାମକ ଏକ ଡାକ୍ତରୀ ସଂସ୍ଥା ସହ ରାଜିନାମା କରିଛି।

ଓଡ଼ିଶାର ଯେ କୌଣସି ଅଞ୍ଚଳର କୋଭିଡ୍‌ ରୋଗୀ ନିଜ ମୋବାଇଲ୍ ଫୋନରୁ ୯୬୬୭୩୦୮୭୭୭ ନମ୍ବରକୁ ଏକ ମିସ୍ କଲ୍ କରିବେ। ଏହାପରେ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ତାଙ୍କୁ କଲ୍ କରାଯିବ ଏବଂ ପରିସ୍ଥିତିର ଗମ୍ଭୀରତା ଅନୁସାରେ ପ୍ରାଥମିକ ଡାକ୍ତରୀ ପରାମର୍ଶ ପାଇଁ ଜଣେ ଡାକ୍ତରଙ୍କ ସହିତ ଫୋନରେ ସମ୍ପର୍କ କରାଇଦିଆଯିବ। ଏହି ସେବା ପ୍ରତିଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ।

ଓଡ଼ିଶା ପଜିଟିଭ୍ ଅନୁଷ୍ଠାନର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଆଇନଜୀବୀ ସଞ୍ଜୀବ କୁମାର ମହାନ୍ତି କହିଛନ୍ତି ଯେ, ଦୁଇଦିନ ତଳୁ ଆରମ୍ଭ ହୋଇଥିବା ଏହି ସେବାର ସୁଯୋଗ ନେବାପାଇଁ ଓଡ଼ିଶାର ବହୁ ଦୁର୍ଗମ ଅଞ୍ଚଳରୁ ଫୋନ୍ ଆସୁଛି ଏବଂ ଅନେକ ରୋଗୀ ଏହା ଦ୍ୱାରା ଉପକୃତ ହେଉଛନ୍ତି।



from Kanak News https://ift.tt/3cvvPvD https://ift.tt/2Q8Zwba
ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ଏଣିକି କୋଭିଡ ସଂକ୍ରମିତଙ୍କୁ ମିଳିବ ମାଗଣା ଡାକ୍ତରୀ ପରାମର୍ଶ Kanak News ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ଏଣିକି କୋଭିଡ ସଂକ୍ରମିତଙ୍କୁ ମିଳିବ ମାଗଣା ଡାକ୍ତରୀ ପରାମର୍ଶ Kanak News Reviewed by SUBHENDU BARAL on September 25, 2020 Rating: 5

No comments:

Powered by Blogger.