୨୫ ଯାଏଁ ଲାଗି ରହିବ ବର୍ଷା, ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳ ବର୍ଷିବ

ଭୁବନେଶ୍ବର ୨୨।୯: ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷିବ । ଆଜି ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡା ଓ ସୁନ୍ଦରଗଡରେ କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ଏହାସହ ୨୪ରୁ ୨୫ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୂଆପଡା ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । ରାଜ୍ୟ‌ରେ ସର୍ବାଧିକ ୧୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ସର୍ବାଧିକ ୧୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।



from Prameya News7 https://ift.tt/2En0633
୨୫ ଯାଏଁ ଲାଗି ରହିବ ବର୍ଷା, ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳ ବର୍ଷିବ ୨୫ ଯାଏଁ ଲାଗି ରହିବ ବର୍ଷା, ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳ ବର୍ଷିବ Reviewed by SUBHENDU BARAL on September 21, 2020 Rating: 5

No comments:

Powered by Blogger.