ରାତିରେ ଶୋଇଥିବା ବେଳେ କାମୁଡି ଦେଲା ସାପ, ଚାଲିଗଲା ୫ ବର୍ଷ ଶିଶୁର ଜୀବନ

ଆନନ୍ଦପୁର ୨୨।୯: ରାତିରେ ଶୋଇଥିବା ବେଳେ କାମୁଡି ଦେଲା ସାପ । ଚାଲିଗଲା ୫ ବର୍ଷ ଶିଶୁର ଜୀବନ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କନ୍ତୋ ନୂଆପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ର୍ସପାଘାତ ଯୋଗୁଁ ୫ବର୍ଷ ଶିଶୁର ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ସମୟରେ ସାପ କାମୁଡିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଗତକାଲି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ହୁଲା ଗ୍ରାମରେ ଜଣେ ମହିଳା ସାପ କାମୁଡାରେ ପ୍ରାଣ ହରାଇଥିଲେ । ମୃତ ମହିଳା ହେଲେ ଚମ୍ପା ସାହୁ । ରବିବାର ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷଧର ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।



from Prameya News7 https://ift.tt/2RNnhGO
ରାତିରେ ଶୋଇଥିବା ବେଳେ କାମୁଡି ଦେଲା ସାପ, ଚାଲିଗଲା ୫ ବର୍ଷ ଶିଶୁର ଜୀବନ ରାତିରେ ଶୋଇଥିବା ବେଳେ କାମୁଡି ଦେଲା ସାପ, ଚାଲିଗଲା ୫ ବର୍ଷ ଶିଶୁର ଜୀବନ Reviewed by SUBHENDU BARAL on September 21, 2020 Rating: 5

No comments:

Powered by Blogger.