ରାଜସ୍ଥାନର ୧୧ ଜିଲ୍ଲାରେ ୧୪୪ ଧାରା ଜାରି, ୫ରୁ ଅଧିକ ଲୋକ ହୋଇପାରିବେନି ଏକାଠି

ଜୟପୁର ୨୦।୯: କରୋନା ମହାମାରୀର ବ୍ୟାପକ ସଂକ୍ରମଣକୁ ଦେଖି ରାଜସ୍ଥାନ ସରକାର ୧୧ ଜିଲ୍ଲାର ମୁଖ୍ୟାଳୟର ସର୍ବସାଧାରଣ ସ୍ଥାନଗୁଡିକରେ ୧୪୪ ଧାରା ଜାରି କରିଛନ୍ତି । ଏହାସହ ୫ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶେୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ଶନିବାର ରାତିରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ଜୟପୁର, ଯୋଧପୁର, କୋଟା, ଅଜମେର, ଅଲଓ୍ବର, ଭିଲଓ୍ବାଡା, ବିକାନେର, ଉଦୟପୁର, ସିକର, ପାଲି ଏବଂ ନାଗୌର ଜିଲ୍ଲା ମୁଖ୍ୟାଳୟ ଥିବା ସହରର ସର୍ବସାଧାରଣ ସ୍ଥାନରେ ୧୪୪ ଧାରା ଜାରି କରାଯିବା ସହ ୫ ଜଣ ଏକାଠି ହେବାକୁ ବାରଣ କରାଯାଇଛି ।

ସର୍ବସାଧାରଣ ସ୍ଥାନଗୁଡିକରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଅନିର୍ବାଜ୍ୟ ହେବ । ଏ ସମ୍ବନ୍ଧରେ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିବେ । ସାରା ରାଜ୍ୟରେ କୌଣସି ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେବଳ ଅନ୍ତିମ ସଂସ୍କାରରେ ୨୦ ଏବଂ ବିବାହ ଉତ୍ସବରେ ୫୦ ଜଣ ଲୋକ ପୂର୍ବଭଳି ସାମିଲ ହୋଇପାରିବେ । ମାତ୍ର ଏଥିପାଇଁ ସ୍ଥାନୀୟ ଉପଖଣ୍ଡ ଅଧିକାରୀଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରିବାକୁ ପଡିବ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନଙ୍କୁ ବଜାର, କାର୍ଯ୍ୟାଳୟ, ସର୍ବସାଧାରଣ ପରିବହନ, ପର୍ଯ୍ୟଟନସ୍ଥଳ ଆଦି ସ୍ଥାନରେ ‘ନୋ ମାସ୍କ, ନୋ ଏଣ୍ଟ୍ରି’ର ସଂକଳ୍ପକୁ ପାଳନ କରିବା ଉଚିତ୍ ।    



from Prameya News7 https://ift.tt/2HkQJ5b
ରାଜସ୍ଥାନର ୧୧ ଜିଲ୍ଲାରେ ୧୪୪ ଧାରା ଜାରି, ୫ରୁ ଅଧିକ ଲୋକ ହୋଇପାରିବେନି ଏକାଠି ରାଜସ୍ଥାନର ୧୧ ଜିଲ୍ଲାରେ ୧୪୪ ଧାରା ଜାରି, ୫ରୁ ଅଧିକ ଲୋକ ହୋଇପାରିବେନି ଏକାଠି Reviewed by SUBHENDU BARAL on September 19, 2020 Rating: 5

No comments:

Powered by Blogger.