ବଡ଼ ତାନ୍ତ୍ରିକ ହେବା ନିଶାରେ ସ୍ତ୍ରୀକୁ ହତ୍ୟା ଉଦ୍ୟମ: ଭଣ୍ଡବାବାର ପରାମର୍ଶ, ‘ତୋ ସ୍ତ୍ରୀର ହାତ ହାଡ଼ ଦରକାର’

ଜଳେଶ୍ବର୨୦/୯: ତାନ୍ତ୍ରିକ ହେବା ନିଶାରେ ସ୍ତ୍ରୀକୁ ହତ୍ୟା ଉଦ୍ୟମ। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳଶାରୀ ମେରାଇନ ଥାନା ଗମ୍ଭ।ରୀଆ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବା ମିଳିଛି।ମହିଳାଙ୍କ ସ୍ବାମୀ ଜଣେ  ଭଣ୍ଡ ଗୁଣିଆର ଚେଲା ଭାବରେ କାମ କରୁଥିଲେ।ସେହି ଭଣ୍ଡବାବାର ପରାମର୍ଶରେ ସ୍ତ୍ରୀକୁ  ହତ୍ୟା କରିବା ଲାଗି ସେ ଉଦ୍ୟମ କରିଥିଲା।

ଏହି ଘଟଣାରେ ସଂପୃକ୍ତ ମହିଳାଙ୍କୁ ନିଜ ସଂପର୍କୀୟମାନେ ଉଦ୍ଧାର କରିଥିଲେ। ଏନେଇ ମେରାଇନ ଥାନାରେ ମହିଳା ଅଭିଯୋଗ କରିଛନ୍ତି। ଘଟଣାକୁ ତିନି ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ବିରୋଧରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।

ଘଟଣା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ତାଳସାରି ମେରାଇନ ଥାନା ଅଧୀନ  ଗମ୍ଭାରୀଆ ଗାଁର  ଅଲ୍ପନା ଘଡାଇ ସ୍ଵାମୀ ନରେନ୍ଦ୍ର ନାଥ ଘଡାଇଙ୍କ ସହିତ  ନିଜ ଘରେ  ପରିବାର ସହିତ ଖୁସିରେ ରହୁଥିଲେ । କିଛି ମାସ ଆଗରୁ  ପଶ୍ଚିମବଙ୍ଗ ଅଞ୍ଚଳରୁ  ଆସି ୨୦ ବର୍ଷ ଧରି  ସେହି  ଗାଁରେ  ରହୁଥିବା  ତାନ୍ତ୍ରିକ ବିନୋଦ ଦତ୍ତଙ୍କ ସହିତ ନରେନ୍ଦ୍ରଙ୍କ  ସମ୍ପର୍କ ଗଢ଼ି ଉଠିଥିଲା । ପରେ  ଏହି ସମ୍ପର୍କ  ଗୁରୁ ଓ ଚେଲାର  ରୂପ ନେଇଥିଲା । ତାନ୍ତ୍ରିକ  ବିନୋଦ  ନରନ୍ଦ୍ରକୁ ବଡ଼ ତାନ୍ତ୍ରିକ କରିଦେବାର  ପ୍ରତିଶ୍ରୁତି ଦେଇ  ନିଜ ଘରେ  ସବୁ କାମରେ  ଲଗାଉଥିଲା। ଏ ବାବଦରେ  ବହୁ ସମୟରେ  ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ  ଝଗଡା ମଧ୍ୟ ହେଉଥିଲା। ମାତ୍ର ଗତ ମହାଳୟା ଦିନ ନରେନ୍ଦ୍ର  ଘରକୁ ଆସି  ସ୍ତ୍ରୀ ଅଲ୍ପନାକୁ  ଜୀବନରୁ  ମାରିଦେବାକୁ  ଉଦ୍ୟମ କରୁଥିବା ବେଳେ  ଘର ଲୋକଙ୍କ ଦ୍ଵାରା  ଉଦ୍ଧାର  ହୋଇଥିଲେ ।

ଅଲ୍ପନାଙ୍କ ସ୍ଵାମୀ  ନରେନ୍ଦ୍ର  ନିଜ ତାନ୍ତ୍ରିକ ଗୁରୁ  ବିନୋଦର  ପରାମର୍ଶରେ  ମହାଳୟା ରାତିରେ  ସ୍ତ୍ରୀକୁ  ମାରି  ହାତର ହାଡ଼ ଆଣିଲେ  ବଡ଼ ତାନ୍ତ୍ରିକ ହେବ ବୋଲି  ଏପରି ହତ୍ୟା ଉଦ୍ୟମ କରିଥିବା ଜାଣି  ନ୍ୟାୟ ପାଇଁ  ମେରାଇନ ଥାନାରେ  ଅଭିଯୋଗ କରିଥିଲେ । ମାତ୍ର  ତିନିଦିନ ବିତି ଯାଇଥିଲେ ମଧ୍ୟ  ପୋଲିସ ନୀରବ । ଅନ୍ୟପଟେ  ଜୀବନ  ଭୟରେ  ମହିଳା ଜଣକ  ଥିବା ବେଳେ ତାଙ୍କ ସ୍ଵାମୀ  ମଧ୍ୟ  ତନ୍ତ୍ର ପ୍ରଭାବରେ  ବିଚଳିତ ।  ଅଭିଯୁକ୍ତ  ତାନ୍ତ୍ରିକ ଏସବୁ ମିଛ ବୋଲି କହୁଥିବା ବେଳେ  ଆଜିର  ଦୁନିଆରେ  ଏମିତି  ଅନ୍ଧ ବିଶ୍ଵାସ ଆଉ କେତେ  ଘର ଉଜାଡ଼ିବ ? ପ୍ରଶାସନ କେବେ ହେବେ ତତ୍ପର? ଏହି ଘଟଣାରେ ମେରାଇନ ଥାନା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।



from Prameya News7 https://ift.tt/3hTGK3m
ବଡ଼ ତାନ୍ତ୍ରିକ ହେବା ନିଶାରେ ସ୍ତ୍ରୀକୁ ହତ୍ୟା ଉଦ୍ୟମ: ଭଣ୍ଡବାବାର ପରାମର୍ଶ, ‘ତୋ ସ୍ତ୍ରୀର ହାତ ହାଡ଼ ଦରକାର’ ବଡ଼ ତାନ୍ତ୍ରିକ ହେବା ନିଶାରେ ସ୍ତ୍ରୀକୁ ହତ୍ୟା ଉଦ୍ୟମ: ଭଣ୍ଡବାବାର ପରାମର୍ଶ, ‘ତୋ ସ୍ତ୍ରୀର ହାତ ହାଡ଼ ଦରକାର’ Reviewed by SUBHENDU BARAL on September 19, 2020 Rating: 5

No comments:

Powered by Blogger.