ପାରାଦ୍ବୀପ ୧୯।୯: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଅତନୁ ଅଶୁଂମାନ ଦାସ । ତାଙ୍କ ଘର କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ଜଗତୀ ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଇନଭର୍ଟର କାମ କରୁଥିବା ସମୟରେ ଘଟିଛି ଏଭଳି ଅଘଟଣ ।
ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ଲାଇନ ଚାଲିଯିବାରୁ ଯୁବକ ଜଣଙ୍କ ଘରେ ଥିବା ଇନଭର୍ଟର ଲାଇନକୁ ସଜାଡିବା ପାଇଁ ଉଦ୍ୟମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ପରିବାର ଲୋକ ଯୁବକଙ୍କୁ ତୁରନ୍ତ ସ୍ଥାନୀୟ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ପାରାଦୀପ ଗଡ଼ ଲକ୍ ପୋଲିସ ତଦନ୍ତ ଆରମ୍ଭ କରିଛି।
from Prameya News7 https://ift.tt/2EfrdNj
ଇନଭର୍ଟର ସଜାଡିବା ହେଲା କାଳ, ବିଦ୍ୟୁତ୍ ଆଘାତରେ ଯୁବକ ମୃତ
Reviewed by SUBHENDU BARAL
on
September 18, 2020
Rating:

No comments: