ବାଇକକୁ ଧକ୍କା ଦେଲା ଟ୍ରକ: ପୁଅ ମୃତ, ବାପା ଗୁରୁତର

କଟକ୧୯/୦୯ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କଏରାପାରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ଏକ ଟ୍ରକ ବାଇକକୁ ଧକ୍କା ଦେଇଛି । ଫଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଭୋର ସମୟରେ ଶାଳଗାଁ ପଞ୍ଚାୟତ ଖାଇ ପଡିଆ ଗ୍ରାମର ବଟକୃଷ୍ଣ ମହାରଣା ତାଙ୍କ ପୂଅ ପବନି ମହାରଣା ଏକ ବାଇକରେ ଛତିଆ ଅଭିମୁଖେ ଯାଉଥିବା ସମୟରେ କଏରାପାରୀ ଛକ ନିକଟରେ ପଛପଟରୁ ଏକ ଦଶଚକିଆ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଥିବାବେଳେ ବାପା ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକେ ପହଞ୍ଚି ବାପା ପୁଅଙ୍କୁ ଏନଏଚଆଇ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲକୁ ପଠାଇ ଥିବା ଜଣାପଡିଛି । ସୂଚନା ପାଇ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଂଚି ବାଇକ ଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।



from Prameya News7 https://ift.tt/2RHumsg
ବାଇକକୁ ଧକ୍କା ଦେଲା ଟ୍ରକ: ପୁଅ ମୃତ, ବାପା ଗୁରୁତର ବାଇକକୁ ଧକ୍କା ଦେଲା ଟ୍ରକ: ପୁଅ ମୃତ, ବାପା ଗୁରୁତର Reviewed by SUBHENDU BARAL on September 18, 2020 Rating: 5

No comments:

Powered by Blogger.