ହତ୍ୟା କରି ଆତ୍ମହତ୍ୟାର ରୂପ ! ଏନ୍ଏସି କାର୍ଯ୍ୟାଳୟ ବାରଣ୍ଡାରୁ ରାତ୍ର ଜଗୁଆଳିଙ୍କ ମୃତଦେହ ଠାବ

ପଦ୍ମପୁର ୧୯।୦୯:  ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ରାତ୍ରି ଜଗୁଆଳିଙ୍କ ଝୁଲନ୍ତା ଶବ ଠାବ । କାର୍ଯ୍ୟାଳୟ ପରିସର ବାରଣ୍ଡାରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ କାର୍ଯ୍ୟାଳୟ ବାରଣ୍ଡାରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ମୃତଦେହର ଗୋଡ଼ ଦୁଇଟି ତଳେ ଲାଗିଥିବା ଥିବା ଆତ୍ମହତ୍ୟା କିପରି ହେଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ପାରିପାର୍ଶିକ ଦୃଷ୍ଟିରୁ ଏହା ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । କେହି ତାଙ୍କୁ ମାରି ଝୁଲାଇ ଦେଇଛନ୍ତି । ଯାହାଫଳରେ କି ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ବୋଲି ସନ୍ଦେହ କରାଯାଉଛି ।

ପଦ୍ମପୁର ଏନଏସିର ରାତ୍ରି ଜଗୁଆଳି ଭାବେ କାମ କରୁଥିବା ନେପାଳର ମୂଳ ବାସିନ୍ଦା କରନ ବାହାଦୂର ଆଉ ପାଞ୍ଚ ମାସ ପରେ ଅବସର ନେଇଥାନ୍ତେ । ଗତ ଦୁଇ ଦିନ ପୂର୍ବରୁ ସେ ଏରିଅର ବାବଦକୁ ୮୦ ହଜାର ଟଙ୍କା ବ୍ୟାଙ୍କରୁ କାଢ଼ିଥିବା ଏନଏସିର କର୍ମଚାରୀମାନେ  ପ୍ରକାଶ କରିଛନ୍ତି ।

ସେହି ଟଙ୍କା ପାଇଁ କେହି ତାଙ୍କୁ ରାତିରେ ମାରି ଝୁଲାଇ ଦେଇଥିବା ଭଳି ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡୁଛି । ଏହା ସହ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା ମଧ୍ୟ କରାଯାଇଛି । ପୋଲିସ ତରଫରୁ ଏହାର ଉପଯୁକ୍ତ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଜନସାଧାରଣ ତଥା ଏନଏସି କର୍ମଚାରୀମାନେ ଦାବି ଜଣାଇଛନ୍ତି ।



from Prameya News7 https://ift.tt/35GHfuU
ହତ୍ୟା କରି ଆତ୍ମହତ୍ୟାର ରୂପ ! ଏନ୍ଏସି କାର୍ଯ୍ୟାଳୟ ବାରଣ୍ଡାରୁ ରାତ୍ର ଜଗୁଆଳିଙ୍କ ମୃତଦେହ ଠାବ ହତ୍ୟା କରି ଆତ୍ମହତ୍ୟାର ରୂପ ! ଏନ୍ଏସି କାର୍ଯ୍ୟାଳୟ ବାରଣ୍ଡାରୁ ରାତ୍ର ଜଗୁଆଳିଙ୍କ ମୃତଦେହ ଠାବ Reviewed by SUBHENDU BARAL on September 15, 2020 Rating: 5

No comments:

Powered by Blogger.