ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ ନାବାଳକ କୋର୍ଟ ଚାଲାଣ, ବିଭିନ୍ନ ସାମଗ୍ରୀ ଜବତ

ରେଢାଖୋଲ ୧୬।୦୯: ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ ନାବାଳକ କୋର୍ଟ ଚାଲାଣ । ଏନେଇ ସୂଚନା ଦେଇଛନ୍ତି ରେଢାଖୋଲ ଡିଏଫଓ ପ୍ରଦୀପ୍ତ କୁମାର ସାହୁ । ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଉଥିବା ବେଳେ ବନବିଭାଗ ହାତରେ ୪ ଜଣ ନାବାଳକ ରବିବାର ଧରାପଡିଥିଲେ । ବନବିଭାଗ ହାତରେ ଧରାପଡିବା ପରେ ସମସ୍ତ ନାବାଳକଙ୍କ କୋଭିଡ ପରୀକ୍ଷା କରାଯାଇଥିଲା , ଏବଂ  ପରେ କୋର୍ଟ ଚାଲାଣ କରାଯାଇଥିବା ରେଢାଖୋଲ ଡିଏଫଓ ପ୍ରଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ରବିବାର ଦିନ ନାକଟିଦେଉଳ ବନଖଣ୍ଡ ସୂବର୍ଣ୍ଣାପାଲି ଗାଁ ନିକଟ ଜଙ୍ଗଲରେ ୪ ଜଣ ନାବାଳକ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଉଥିଲେ । କୌଣିସ ସୂତ୍ରରୁ ଖବର ପାଇ ବନ ବିଭାଗ ଚଢାଉ କରି ୪ ଜଣ ନାବାଳକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ୩ ଜଣ ଫେରାର୍ ହୋଇଯାଇଥିଲେ । ତେବେ ଏମାନଙ୍କୁ ପ୍ରଥମେ ଅଟକ ରଖି ପଚରାଉଚୁରା କରିବା ପରେ କୋଭିଡ ଟେଷ୍ଟ କରାଯାଇଥିଲା । ଏମାନଙ୍କଠାରୁ ବିଦ୍ୟୁତ ତାର, ଟାଙ୍ଗିଆ , ରଡ ଜବତ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।



from Prameya News7 https://ift.tt/3iA3QNt
ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ ନାବାଳକ କୋର୍ଟ ଚାଲାଣ, ବିଭିନ୍ନ ସାମଗ୍ରୀ ଜବତ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ ନାବାଳକ କୋର୍ଟ ଚାଲାଣ, ବିଭିନ୍ନ ସାମଗ୍ରୀ ଜବତ Reviewed by SUBHENDU BARAL on September 15, 2020 Rating: 5

No comments:

Powered by Blogger.