ରାସ୍ତା କାମରେ ନିୟୋଜିତ ଜେସିବି ପୋଡିଦେଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

ଲକ୍ଷ୍ମୀପୁର ୧।୧୦: ଦୀର୍ଘଦିନର ନୀରବତା ପରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ପୁଣି ଏକ ଜେସିବି ମେସିନ୍ କୁ ପୋଡିଦିଆଯାଇଛି । ନାରାୟଣପାଟଣା ଅଂଚଳଟି ନକ୍ସଲ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ ଏହା ନକ୍ସଲଙ୍କ କାର୍ଯ୍ୟ କି କୌଣସି ଦୁର୍ବୃତ୍ତଙ୍କ କାର୍ଯ୍ୟ ତାହା ଜଣାପଡିନାହିଁ । ସ୍ଥାନୀୟ ଅଂଚଳର ଜଣେ ସବ୍ କଣ୍ଟ୍ରାକଟରଙ୍କ ଦ୍ବାରା ଦୁର୍ଗମ ଅଂଚଳରେ ରାସ୍ତା କାମ ଜାରି ରହିଥିବା ବେଳେ ଜେସିବି ମେସିନ୍ କୁ ପୋଡି ଦିଆଯାଇଛି ।

ଏ ସମ୍ପର୍କରେ ସମ୍ପୃକ୍ତ ଠିକାଦାରଙ୍କ ଦ୍ବାରା ନାରାୟଣପାଟଣା ଥାନାରେ ଅଭିଯୋଗ କରାଯିବା ପରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ନକ୍ସଲ ଅଧ୍ୟୁଷିତ ଅଂଚଳ ହୋଇଥିବା କାରଣରୁ ଏକ ପ୍ରକାର ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି ।



from Prameya News7 https://ift.tt/3jkgpwO
ରାସ୍ତା କାମରେ ନିୟୋଜିତ ଜେସିବି ପୋଡିଦେଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରାସ୍ତା କାମରେ ନିୟୋଜିତ ଜେସିବି ପୋଡିଦେଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ Reviewed by SUBHENDU BARAL on September 30, 2020 Rating: 5

No comments:

Powered by Blogger.