ଅନ୍ଧ ବିଶ୍ବାସକୁ ବିଶ୍ବାସ : ସାପ କାମୁଡିଥିବା ବ୍ୟକ୍ତିଙ୍କୁ ଝଡ଼ାଫୁଙ୍କା, ଭିଡିଓ ଭାଇରାଲ…

ସୋର ୧୭।୦୯: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ । ଆଜି ସମାଜ ବିଜ୍ଞାନ ସହାଯ୍ୟରେ ନିଜର ସ୍ୱାସ୍ଥ୍ୟ ସମସ୍ୟାକୁ ସୁଧାରିବାକୁ ଚେଷ୍ଟା କରୁଛି । କିନ୍ତୁ ଏବେବି କିଛି ଅନ୍ଧବିଶ୍ୱାସ ରହିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ । ସାପ କାମୁଡା ରୋଗୀଙ୍କୁ ଚାଲିଛି ଝଡାଫୁଙ୍କା ।

ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ ଝଡ଼ାଫୁଙ୍କା ଚାଲିଛି । ଅନନ୍ତପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିଥିଲା । ସେ ଚିକିତ୍ସା ପାଇଁ ମେଡିକାଲ ଆସିଥିଲେ । ତେବେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଗୁଣିଆର ସାହାଯ୍ୟ ନେଇଥିବା ଜଣାପଡିଛି।  ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଝଡ଼ା ଫୁଙ୍କା କରୁଛନ୍ତି ଜଣେ ବ୍ୟକ୍ତି । ତେବେ ଗୁଣିଆ ଜଣଙ୍କ ଜଣେ ଅଧ୍ୟାପକ । ଜଣେ ଅଧ୍ୟାପକ ହୋଇ କେମିତି ଅନ୍ଧ ବିଶ୍ବାସକୁ ବିଶ୍ବାସକୁ ସେ ପ୍ରସୟ ଦେଉଛନ୍ତି ତାକୁ ନେଇ ଚର୍ଚ୍ଚା ଚାଲିଛି ।



from Prameya News7 https://ift.tt/2H20wwA
ଅନ୍ଧ ବିଶ୍ବାସକୁ ବିଶ୍ବାସ : ସାପ କାମୁଡିଥିବା ବ୍ୟକ୍ତିଙ୍କୁ ଝଡ଼ାଫୁଙ୍କା, ଭିଡିଓ ଭାଇରାଲ… ଅନ୍ଧ ବିଶ୍ବାସକୁ ବିଶ୍ବାସ : ସାପ କାମୁଡିଥିବା ବ୍ୟକ୍ତିଙ୍କୁ ଝଡ଼ାଫୁଙ୍କା, ଭିଡିଓ ଭାଇରାଲ… Reviewed by SUBHENDU BARAL on September 16, 2020 Rating: 5

No comments:

Powered by Blogger.