କେନ୍ଦ୍ରୀୟ ଟିମ୍‌ର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ, ଆଜି ପୁରୀ ଜିଲ୍ଲା ଗସ୍ତ କରିବେ ଟିମ୍

ଭୁବନେଶ୍ୱର ୧୭।୦୯: ରାଜ୍ୟରେ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରୁଛନ୍ତି ୬ ଜଣିଆ କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଆସିଛି ଏହି ଟିମ୍ । ଟିମ୍ ରେ କୃଷି, ଜଳସମ୍ପଦ, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ରହିଛନ୍ତି ।

ତେବେ ଗତକାଲି କେନ୍ଦ୍ରୀୟ ଟିମ୍ ସଦସ୍ୟମାନେ କେନ୍ଦ୍ରାପଡ଼ା , ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଅଧିକାରୀ ଓ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି । ଆଜି ପୂର୍ବାହ୍ନରେ ଟିମ୍ ସଦସ୍ୟମାନେ  ପୁରୀର ବନ୍ୟାଞ୍ଚଳ ବୁଲି ଦେଖିବେ । ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।



from Prameya News7 https://ift.tt/32Dj9Q0
କେନ୍ଦ୍ରୀୟ ଟିମ୍‌ର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ, ଆଜି ପୁରୀ ଜିଲ୍ଲା ଗସ୍ତ କରିବେ ଟିମ୍ କେନ୍ଦ୍ରୀୟ ଟିମ୍‌ର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ, ଆଜି ପୁରୀ ଜିଲ୍ଲା ଗସ୍ତ କରିବେ ଟିମ୍ Reviewed by SUBHENDU BARAL on September 16, 2020 Rating: 5

No comments:

Powered by Blogger.