ଛୁରି ଦେଖାଇ ଲୁଟ୍ , ସିମେଣ୍ଟ ଦୋକାନୀଙ୍କ ଠାରୁ ଟଙ୍କା ଏବଂ କାଗଜପତ୍ର ଲୁଟ୍

କେନ୍ଦ୍ରାପଡ଼ା ୧୪।୦୯: ଛୁରି ଦେଖାଇ ସିମେଣ୍ଟ ଦୋକାନରୁ ଟଙ୍କା ଲୁଟ । କେନ୍ଦ୍ରାପଡ଼ା ସଦର ଥାନା କାକତିଆ ବଜାରରେ ଥିବା ଏକ ସିମେଣ୍ଟ ଦୋକାନ ମାଲିକଙ୍କୁ ଛୁରୀ ଦେଖାଇ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଗତକାଲି ରାତିରେ ଦୋକାନ ମାଲିକ ପ୍ରଭାତ କୁମାର ଦାସ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କଥାବାର୍ତ୍ତା ହୋଇଥିଲେ । ସେମାନଙ୍କ ମଧ୍ୟରୁ ହଠାତ ଜଣେ ଛୁରି ଦେଖାଇ ବାକ୍ସରେ ଥିବା ଟଙ୍କା, ଏଟିଏମ କାର୍ଡ, ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇ ଯାଇଛନ୍ତି । ଘଟଣା ନେଇ ଚାନ୍ଦୋଳ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।



from Prameya News7 https://ift.tt/3mikOCf
ଛୁରି ଦେଖାଇ ଲୁଟ୍ , ସିମେଣ୍ଟ ଦୋକାନୀଙ୍କ ଠାରୁ ଟଙ୍କା ଏବଂ କାଗଜପତ୍ର ଲୁଟ୍ ଛୁରି ଦେଖାଇ ଲୁଟ୍ , ସିମେଣ୍ଟ ଦୋକାନୀଙ୍କ ଠାରୁ ଟଙ୍କା ଏବଂ କାଗଜପତ୍ର ଲୁଟ୍ Reviewed by SUBHENDU BARAL on September 13, 2020 Rating: 5

No comments:

Powered by Blogger.