ତାସ ଖେଳରୁ ସଂଘର୍ଷ : ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୮ ଆହତ

ବ୍ରହ୍ମପୁର ୧୪।୦୯: ତାସ ଖେଳରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ । ୮ ଆହତ, ୩ ଜଣ ଗୁରୁତର । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ରୁମାଗଡ ଗାଁର ଘଟଣା ।

ତାସ ଖେଳିବା ବେଳେ କୌଣସି କାରଣରୁ ବଚସା ହୋଇଥିଲା । ତେବେ ସେଠାରେ  ଥିବା ଲୋକେ ବୁଝାସୁଝା କରି ସମସ୍ୟାର ସମାଧାନ କରିଥିଲେ । ତେବେ ରାତିରେ ପୁଣି ନିବାସ ପାଳ ଏବଂ ମାଧବ ମଳିକଙ୍କ ପରିବାର ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଉଭୟ ପରିବାରଲୋକ ଖଣ୍ଡା ଏବଂ କାତିରେ ପରସ୍ପରକୁ ଆକ୍ରମଣ କରିଥିଲେ ।

ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତ୍ବପୂର୍ଣ୍ଣ ରହିଛି । ସେମାନମଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।



from Prameya News7 https://ift.tt/3meYMQZ
ତାସ ଖେଳରୁ ସଂଘର୍ଷ : ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୮ ଆହତ ତାସ ଖେଳରୁ ସଂଘର୍ଷ : ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୮ ଆହତ Reviewed by SUBHENDU BARAL on September 13, 2020 Rating: 5

No comments:

Powered by Blogger.