ନୂଆଦିଲ୍ଲୀ ୦୩।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍ର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଯାଇଛି । ଆଜି ଏହି ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡିଛି । ତେବେ ହ୍ୟାକର ମାନେ କରୋନା ଭାଇରସ ରିଲିଫ ଫଣ୍ଡ ପାଇଁ ଦାନରେ ବିଟ୍କଏନ୍ ଦେବା ପାଇଁ କହିଥିବା ଜଣାପଡିଛି ।
ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ଆକ୍ସନ ମୁଡ଼ରେ ଆସିଯାଇଛନ୍ତି ଟ୍ୱିଟର କର୍ତ୍ତୃପକ୍ଷ । ତୁରନ୍ତ ଏହି ଆକାଉଣ୍ଟରୁ ହୋଇଥିବା ଟ୍ୱିଟ୍କୁ ଡିଲିଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍ର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ହ୍ୟାକରେ ଲେଖିଛନ୍ତି ଯେ, ଆପଣମାନଙ୍କୁ “ମୁଁ ଅପିଲ୍ କରୁଛି.. କୋଭିଡ଼-୧୯ ମହାମାରୀ ମୁକାବିଲା ପାଇଁ ଆପଣମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଲିଫ୍ ଫଣ୍ଡକୁ ଟଙ୍କା ଦାନ କରନ୍ତୁ ” । ଏହା ସହିତ ହ୍ୟାକ୍ ଏହା ମଧ୍ୟ ଲେଖିଛି ଯେ, ପେଟିଏମ୍ ହ୍ୟାକ୍ ପଛରେ ମୋର କୌଣସି ହାତ ନାହିଁ ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ ଏକ ଭେରିଫାଏଡ଼ ଟ୍ୱିଟର ଆକାଉଣ୍ଟ ଅଟେ । ଏଥିରେ ୨୫ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ତେବେ ମିଳିଥିବା ସୂଚନାନୁସାରେ ହ୍ୟାକ୍ କରିଥିବା ଗ୍ରୁପର ନାମ ଜନ୍ ଓ୍ୱିକ ବୋଲି ଜଣାପଡିଛି । ୩୦ ଅଗଷ୍ଟରେ ସାଇବର ସିକ୍ୟୁରିଟି ଫାର୍ମ ସାଇବଲ ଦାବି କରିଥିଲା କି, ଜନ୍ ଓ୍ୱିକ ଗ୍ରୁପ ହିଁ ପେଟିଏମ୍ ମଲର ଡାଟା ଚୋରି କରିବାରେ ହାତ ଅଛି ।
ସେହିପରି ଜୁଲାଇ ମାସରେ ମଧ୍ୟ ବିଶ୍ୱର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ହ୍ୟାକିଂ ହୋଇଥିଲା । ଜୁଲାଇରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍ ଗେଟ୍ସ, ଜୋ ବିଡେନ୍, ଜେଫ୍ ବୋଜୋସ୍ , ଆଲେନ ମସ୍କ ପରି ନାମୀଦାମୀ ଲୋକଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିଲା । ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରି ବିଟ୍କଏନ/ କ୍ରିଫ୍ଟୋ କରେନ୍ସି ମାଗିଥିବାର ଦେଖିବାକୁ ମିଳିଥିଲା । ଏହା ବର୍ତ୍ତମାନ ଦିନରେ ସବୁଠାରୁ ବଡ଼ ସାଇବର ଆଟାକ୍ ଥିଲା ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି ।
from Prameya News7 https://ift.tt/31XQzbP
No comments: