କୁଖ୍ୟାତ ମଦ ମାଫିଆ ହାଡ଼ିଆକୁ ହତ୍ୟା

କଟକ ୦୩।୦୯: କଟକର କୁଖ୍ୟାତ ମଦ ମାଫିଆ ହାଡ଼ିଆକୁ ହତ୍ୟା କରାଯାଇଛି । ଦୁର୍ବୃତ୍ତ ମାନେ ମିଶି ଖଣ୍ଡାରେ ହାଣି ହାଡ଼ିଆକୁ ହତ୍ୟା କରିଛନ୍ତି । ହାଡିଆ ନାଁରେ ଥିଲା ୨୫ରୁ ଅଧିକ ମାମଲା ରହିଥିଲା ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବାବେଳେ ଦୁର୍ବୃତ୍ତମାନେ ହାଡ଼ିଆକୁ ଖଣ୍ଡଖଣ୍ଡ କରି ହାଣି ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତମାନେ ଖଣ୍ଡାରେ ଚୋଟ ମାରି ହାଡ଼ିଆର ହାତ ଓ ଶରୀରକୁ ଏକାଧିକ ସ୍ଥାନରେ ହାଣି ଥିବାବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ହାଡ଼ିଆକୁ କଟକ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।



from Prameya News7 https://ift.tt/3gVoZA7
କୁଖ୍ୟାତ ମଦ ମାଫିଆ ହାଡ଼ିଆକୁ ହତ୍ୟା କୁଖ୍ୟାତ ମଦ ମାଫିଆ ହାଡ଼ିଆକୁ ହତ୍ୟା Reviewed by SUBHENDU BARAL on September 02, 2020 Rating: 5

No comments:

Powered by Blogger.