ଘରେ କଳାକନା ବୁଲାଇଲେ ଚୋର, ଭୁଜାଲି ଆକ୍ରମଣରେ ଦୁଇ ଜଣ ଗୁରୁତର

ମାର୍ଶାଘାଇ ୨୧।୯: ଆକ୍ରମଣ କରି ଟଙ୍କା ଓ ସୁନାଗହଣା ଲୁଟି ନେଲେ ଲୁଟେରା । ଚୋରଙ୍କ ଭୁଜାଲି ଚୋଟରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।  ମାର୍ଶାଘାଇ ଥାନା କୁସୁନପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗାଁରେ ରବିବାର ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରେ ଚୋରି କରିବା ପାଇଁ ପସିଥିଲେ ଚୋର । ଘରଲୋକଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଚୋରଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଗୁରୁତର କାହ୍ନୁ ଚରଣ ନାୟକଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।



from Prameya News7 https://ift.tt/3mEzkoc
ଘରେ କଳାକନା ବୁଲାଇଲେ ଚୋର, ଭୁଜାଲି ଆକ୍ରମଣରେ ଦୁଇ ଜଣ ଗୁରୁତର ଘରେ କଳାକନା ବୁଲାଇଲେ ଚୋର, ଭୁଜାଲି ଆକ୍ରମଣରେ ଦୁଇ ଜଣ ଗୁରୁତର Reviewed by SUBHENDU BARAL on September 20, 2020 Rating: 5

No comments:

Powered by Blogger.