ଶ୍ରୀନଗର ୧୭।୦୯: ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ । ଶ୍ରୀନଗର ବଟମାଳୁ ଅଞ୍ଚଳରେ ଚାଲିଥିବା ଏନ୍କାଉଣ୍ଟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁରା ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି ।
ପୋଲିସ ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ପୁରା ଅଞ୍ଚଳକୁ ଘେରିଯାଇଥିଲେ , ଏବଂ ସର୍ଚ୍ଚ ଅପରେସନ ଆରମ୍ବ କରିଦେଇଥିଲେ । ତେବେ ପୁରା ଅଞ୍ଚଳକୁ ସେନା ଓ ପୋଲିସ ଘେରିବା ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ବ କରିଥିଲେ । ଯାହାର ଦୃଢ ଜବାବ ସେନା ପକ୍ଷରୁ ଦିଆଯଆଇଥିଲା ।
Jammu and Kashmir: Three terrorists neutralised in encounter with security forces in Batamaloo area of Srinagar
— ANI (@ANI) September 17, 2020
(visuals deferred by unspecified time) pic.twitter.com/1vo56F3Luh
ଦୀର୍ଘ ସମୟ ଧରି ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଚାଲୁରହିଥିଲା । ସେନା ଗୁଳିରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ତେବେ ପୁରା ଅଞ୍ଚଳକୁ ସେନା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜା ରହିଛି । ଏହାପୂର୍ବରୁ ମଙ୍ଗଳବାର ଦିନ ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କ ସଂଗଠନ ହିଜବୁଲ୍ ମୁଜ୍ଜାହିଦ୍ଦୀନ ସହିତ ଜଡ଼ିତ ଥିବା କିଛି ଲୋକଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ କିଛି ସାମଗ୍ରୀ ମଧ୍ୟ ଜବତ କରିଥିଲା ସେନା
from Prameya News7 https://ift.tt/2H9IpVG

No comments: