ବରଗଡ଼ ୦୯।୦୯: ଖାକିରେ ବର୍ଦ୍ଦିରେ ପୁଣି ଲାଗିଲା କଳଙ୍କ । ବରଗଡ଼ରୁ ଆସିଛି ସଂଘାତିକ ଅଭିଯୋଗ । ବରଗଡ଼ ଟାଉନ ଥାନା ଖଲିଆପାଲି ଗାଁର ଜଣେ ଯୁବତୀଙ୍କୁ ପିସିଆର୍ ଭ୍ୟାନ୍ ରେ ଉଠାଇ ନେଇ କିଛି ପୋଲିସ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।
ଗତ ୬ ତାରିଖ ସଂଧ୍ୟାରେ ଯୁବତୀ ଅନଲାଇନ୍ କ୍ଲାସ୍ ବାବଦରେ ବୁଝିବାକୁ ସାଙ୍ଗ ଘରକୁ ଯାଉଥିବା ବେଳେ, ରାସ୍ତାରେ ତାକୁ ଉଠାଇ ନେଇଥିଲେ ପିସିଆର୍ ଭ୍ୟାନ୍ ରେ ଥିବା ପୋଲିସ କର୍ମଚାରୀ । ଦେଢ ଘଣ୍ଟା ପିସିଆର୍ ଭ୍ୟାନ୍ ଭିତରେ ଯୁବତୀଙ୍କୁ ଅସଦାଚରଣ କରିବା ସହ ପାଟି କଲେ ମିଛ କେସ୍ ରେ ଫସାଇଦେବାକୁ ଧମକ ମଧ୍ୟ ଦେଇଥିଲେ ।
ଏନେଇ ଯୁବତୀ ଜଣଙ୍କ ଟାଉନ୍ ଥାନାରେ ଅଭିଯୋଗ କରିବା ସହ ସାମ୍ନାକୁ ଆସିଛି ପୂରା ଘଟଣା । ଘଟଣାର ତଦନ୍ତ କରାଯାଇ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ଯୁବତୀ ଜଣକ । ତେବେ ଏଭଳି ଘଟଣାକୁ ନେଇ ପୋଲିସ ବିଭାଗର ବଡ଼ ବାବୁମାନେ କ’ଣ ଆକ୍ସନ ନେଉଛନ୍ତି ତା’ ଉପରେ ନଜର ରହିଛି ।
from Prameya News7 https://ift.tt/3idCi0c
No comments: