ଚାଉଳ ପାଇଁ ଯାଇଥିବା ବେଳେ ଲୁହାରଡ଼ରେ ଆକ୍ରମଣ : ସ୍ତ୍ରୀ ମେଡିକାଲରେ ଭର୍ତ୍ତି, ସ୍ୱାମୀ ଫେରାର୍

ଭଦ୍ରକ ୦୯।୦୯:  ଚାଉଳ ଆଣିବା ପାଇଁ ଯିବା ବେଳେ ସ୍ତ୍ରୀଙ୍କୁ ମାଡ଼ ମାରିଲା ସ୍ୱାମୀ । ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ସ୍ୱାମୀ ଫେରାର ହୋଇଯାଇଛନ୍ତି । ଏନେଇ ଥାନାରେ ଲିଖିତ ଏତଲା ଦିଆଯାଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସାବରଙ୍ଗ ଫାଣ୍ଡି ଅନ୍ତର୍ଗତ ବରହମପୁର ଗାଁରେ ଘଟିଛି ଘଟଣା ।

ଅଭିଯୋଗ ଅନୁଯାୟୀ କନକଲତା ସାହୁ ୨୦୧୨ ମସିହାରେ ଇଚ୍ଛାପୁର ଗାଁର ଉମାକାନ୍ତ ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ଥିବା ସତ୍ତ୍ୱେ ଯୌତୁକ ଜନିତ ନିର୍ଯାତନା ଦେଉଆସୁଥିଲେ ସ୍ୱାମୀ । ଏନେଇ ପୂର୍ବରୁ ଥାନାର ଦ୍ୱାରସ୍ଥ ହୋଇଥିଲେ କନକଲତା । ୨୦୧୬ ମସିହାରୁ ପୁଅ ସହ ବାପାଙ୍କୁ ଘରେ ରହୁଥିଲେ । ନିଜ ନାମରେ ଏକ ରାସନ କାର୍ଡ ଥିବାରୁ ସେ ଚାଉଳ ନେବାକୁ ଆସିଥିଲେ । ଚାଉଳ ମିଳିବାରେ ବିଳମ୍ବ ହେବାରୁ ନିକଟରେ ଥିବା ସମ୍ପର୍କୀୟଙ୍କ ଘରକୁ ଯିବା ବେଳେ ରାସ୍ତାରେ ସ୍ୱାମୀ ଉମାକାନ୍ତ ତାଙ୍କୁ ଦେଖିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ   ହୋଇଥିଲା । କନକଲତାଙ୍କୁ ରାସ୍ତାରେ ଗୋଡାଇ ଲୁହା ରଡ଼ରେ ସ୍ୱାମୀ ଆକ୍ରମଣ କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ।

ସ୍ୱାମୀଙ୍କ ମାଡ଼ରେ କନକଲତାଙ୍କ ମୁଣ୍ଡ ଓ ଦେହରେ ଆଘାତ ଲାଗିଥିଲା । ଯାହାଫଳରେ ସେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଇତି ମଧ୍ୟରେ ସ୍ୱାମୀ ଫେରାର ଥିବା ସୂଚନା ମିଳିଛି । ଘଟଣାସଂପର୍କରେ ଗ୍ରାମାଞ୍ଚଳ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।



from Prameya News7 https://ift.tt/33ca5AE
ଚାଉଳ ପାଇଁ ଯାଇଥିବା ବେଳେ ଲୁହାରଡ଼ରେ ଆକ୍ରମଣ : ସ୍ତ୍ରୀ ମେଡିକାଲରେ ଭର୍ତ୍ତି, ସ୍ୱାମୀ ଫେରାର୍ ଚାଉଳ ପାଇଁ ଯାଇଥିବା ବେଳେ ଲୁହାରଡ଼ରେ ଆକ୍ରମଣ : ସ୍ତ୍ରୀ ମେଡିକାଲରେ ଭର୍ତ୍ତି, ସ୍ୱାମୀ ଫେରାର୍ Reviewed by SUBHENDU BARAL on September 08, 2020 Rating: 5

No comments:

Powered by Blogger.