ରାଜ୍ୟରେ ଖୋଲିବ ସମସ୍ତ ରେଷ୍ଟୁରାଂଟ ଏବଂ ବାର୍ : ଏଣିିକି ହୋଟେଲରେ ବସି ଖାଇପାରିବେ ଗ୍ରାହକ; ମାନିବାକୁ ପଡିବ କୋଭିଡ ଗାଇଡଲାଇନ୍, ଚିଠି ଜାରି କଲା ପର୍ଯ୍ୟଟନ ବିଭାଗ Kanak News

କନକ ବ୍ୟୁରୋ : ସାରା ରାଜ୍ୟର ହୋଟେଲ, ବାର ଓ ରେଷ୍ଟୁରାଂଟରେ ବସି ଖାଇବାକୁ ମିଳିଲା ଅନୁମତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । କୋଭିଡ ନିୟମ ପାଳନ କରି ବାର, ରେଷ୍ଟୁରାଂଟ ଗୁଡିକ ଖୋଲିବ ଓ ଗ୍ରାହକଙ୍କୁ ଖାଦ୍ୟ ପରସି ପାରିବେ । ବାର ରେଷ୍ଟୁରାଂଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଏସଓପି କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅବରୋଧ ଅଂଚଳରେ ସ୍ଥାନୀୟ ପ୍ରଶାସନ ବାର ଏବଂ ରେଷ୍ଟୁରାଂଟ ଖୋଲିବା ନେଇ ନିଷ୍ପତି ନେବେ ।

ରାଜ୍ୟରେ କରୋନା ମୁକାବିଲା ପାଇଁ ପୂର୍ବରୁ ହୋଟେଲ ଖୋଲା ଥିଲେ ମଧ୍ୟ କେବଳ ଖାଦ୍ୟ ଅର୍ଡର କରି ଘରକୁ ନେଇଯିବା ପାଇଁ ଅନୁମତି ରହିିଥିଲା । ହୋଟେଲ ଓ ବାରରେ ବସି ଖାଇବା ପାଇଁ କଡା କଟକଣା ରହିଥିଲା । ଏହାଫଳରେ କରୋନା କଟକଣା ପାଇଁ ପ୍ରଭାବିତ ହୋଇଥିବା ହୋଟେଲ ଓ ରେଷ୍ଟୁରାଂଟ ବ୍ୟବସାୟରେ ବେଶ ସୁଧାର ଆସିବାର ସମ୍ଭାବନା ସୃଷ୍ଟି ହୋଇଛି ।



from Kanak News https://ift.tt/3lKoUmj https://ift.tt/3jH1wUS
ରାଜ୍ୟରେ ଖୋଲିବ ସମସ୍ତ ରେଷ୍ଟୁରାଂଟ ଏବଂ ବାର୍ : ଏଣିିକି ହୋଟେଲରେ ବସି ଖାଇପାରିବେ ଗ୍ରାହକ; ମାନିବାକୁ ପଡିବ କୋଭିଡ ଗାଇଡଲାଇନ୍, ଚିଠି ଜାରି କଲା ପର୍ଯ୍ୟଟନ ବିଭାଗ Kanak News ରାଜ୍ୟରେ ଖୋଲିବ ସମସ୍ତ ରେଷ୍ଟୁରାଂଟ ଏବଂ ବାର୍ : ଏଣିିକି ହୋଟେଲରେ ବସି ଖାଇପାରିବେ ଗ୍ରାହକ; ମାନିବାକୁ ପଡିବ କୋଭିଡ ଗାଇଡଲାଇନ୍, ଚିଠି ଜାରି କଲା ପର୍ଯ୍ୟଟନ ବିଭାଗ Kanak News Reviewed by SUBHENDU BARAL on September 02, 2020 Rating: 5

No comments:

Powered by Blogger.