ଭୁବନେଶ୍ୱରରେ ଆଂଶିକ ଭାବେ ଭାବେ ଖୋଲିଲା ସପିଂ ମଲ : ଆସନ୍ତାକାଲି ଆଉ କିଛି ଖୋଲିବାକୁ ପ୍ରସ୍ତୁତି; ଏସଓପି ମାନିବାକୁ ବିଏମସିର କଡା ନିର୍ଦ୍ଦେଶ Kanak News

କନକ ବ୍ୟୁରୋ : ଭୁବନେଶ୍ୱରରେ ଖୋଲିଲା ସପିଂ ମଲ୍ । ପ୍ରାୟ ସାଢେ ୪ ମାସ ଧରି ବନ୍ଦ ଥିବା ମଲ୍ ଖୋଲିବା ପରେ କର୍ମଚାରୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ରାଜଧାନୀର ୬ଟି ସପିଂ ମଲ ମଧ୍ୟରୁ ଆଜି ୩ଟି ଖୋଲିଛି । ଆସନ୍ତାକାଲି ଆଉ ୩ଟି ସପିଂ ମଲ୍ ଖୋଲିବ । ମଲ୍ ଖୋଲିବା ନେଇ ଭୁବନେଶ୍ୱର ମହାନଗର ନିଗମ ବିଜ୍ଞପ୍ତି ଜାରି କରି କେତେକ କଟକଣା ମଧ୍ୟ ଜାରି କରିଛି । ଏହାକୁ ସମସ୍ତ ସପିଂ ମଲ୍ ପାଳନ କରିବେ । ମଲ୍ ମଧ୍ୟରେ ଥିବା ସିନେମା ହଲ୍, ଫୁଡ୍ କୋର୍ଟ, ଗେମ୍ ଜୋନ୍ ଓ ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ । ମଲ୍ ପରିସରରେ ଲୋକ ଭିଡ୍ କମାଇବାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଏହି ସ୍ଥାନରେ କୌଣସି ପ୍ରକାର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବ ନାହିଁ । ମଲ୍ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି ।

ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଅତିକମ୍ରେ ୬ ଫୁଟ୍ ଦୂରତାକୁ ବାଧ୍ୟତା ମୂଳକ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ମଲ୍ କର୍ତୃପକ୍ଷ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ବାରମ୍ବାର ହାତ ଧୋଇବା ନିୟମ କଡାକଡି ପାଳନ କରିବାକୁ କୁହାଯାଇଛି । ମଲ୍ର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ । ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ରହିବ । ମଲ୍ ପରିସର, ଟଏଲେଟ୍ ଓ ୱାଶ୍ରୁମ୍କୁ ବାରମ୍ବାର ବିଶୋଧନ କରାଯିବ । ମଲ୍ ପରିସରରେ ଛେପ ପକାଇବାକୁ ସଂପୂର୍ଣ୍ଣ ବାରଣ କରି କଟକଣା ଜାରି କରିଛି ବିଏମସି ।



from Kanak News https://ift.tt/30pd3lf https://ift.tt/31ckOKe
ଭୁବନେଶ୍ୱରରେ ଆଂଶିକ ଭାବେ ଭାବେ ଖୋଲିଲା ସପିଂ ମଲ : ଆସନ୍ତାକାଲି ଆଉ କିଛି ଖୋଲିବାକୁ ପ୍ରସ୍ତୁତି; ଏସଓପି ମାନିବାକୁ ବିଏମସିର କଡା ନିର୍ଦ୍ଦେଶ Kanak News ଭୁବନେଶ୍ୱରରେ ଆଂଶିକ ଭାବେ ଭାବେ ଖୋଲିଲା ସପିଂ ମଲ : ଆସନ୍ତାକାଲି ଆଉ କିଛି ଖୋଲିବାକୁ ପ୍ରସ୍ତୁତି; ଏସଓପି ମାନିବାକୁ ବିଏମସିର କଡା ନିର୍ଦ୍ଦେଶ Kanak News Reviewed by SUBHENDU BARAL on August 01, 2020 Rating: 5

No comments:

Powered by Blogger.