ନୂଆଦିଲ୍ଲୀ ୦୩।୦୮: ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ବିଜେପି ମୁଖ୍ୟଙ୍କ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରାପ୍ପା କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ସଂକ୍ରମଣର ଶିକାର ହୋଇଥିବା ନେଇ ନିଜେ ଟ୍ବିଟ କରି ଜଣାଇଛନ୍ତି ୟେଦୁରାପ୍ପା । ୭୭ ବର୍ଷୀୟ ୟେଦୁରାପ୍ପା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ତାଙ୍କ ଝିଅ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।
I have tested positive for coronavirus. Whilst I am fine, I am being hospitalised as a precaution on the recommendation of doctors. I request those who have come in contact with me recently to be observant and exercise self quarantine.
— B.S. Yediyurappa (@BSYBJP) August 2, 2020
ସେହିପରି ନିକଟରେ ତାଙ୍କ ସହିତ ମିଳାମିଶା କରିଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ଅନୁରୋଧ କରିଛନ୍ତି ୟେଦୁରାପ୍ପା । ସେପଟେ ତାଙ୍କ ଝିଅଙ୍କର ମଧ୍ୟ କୋଭିଡ଼ ଟେଷ୍ଟ କରାଯାଇଥିଲା । ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ତାଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକରେ ଏ ପର୍ଯ୍ୟନ୍ତ ପ୍ରାୟ ଏକ ଲକ୍ଷ ୪୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୫ ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ୨୫ ଶହ ଲୋକଙ୍କ ଜୀବନ ନେଇଛି କରୋନା ।
ସୂଚନାଯୋଗ୍ୟ ଯେ, ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନାରେ ଆକ୍ରାନ୍ତ ହୋଇଥିବା ନିଜେ ଟ୍ୱିଟ୍ କରି ଜଣାଇଥିଲେ । କରୋନାର ପ୍ରାଥମିକ ଲକ୍ଷଣ ଦେଖାଯାଉଥିବାରୁ ସେ ତାଙ୍କର କୋଭିଡ଼ ଟେଷ୍ଟ କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାରୁ , ସେ ଡାକ୍ତରଙ୍କ ପରାମର୍ଶରେ ମେଡାକଲରେ ଭର୍ତ୍ତି ହୋଇଛନ୍ତି ବୋଲି ଟ୍ୱିଟ୍ କରି ସୂଚନା ଦେଇଥିଲେ ।
ସେହିପରି ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହଙ୍କର ରବିବାର ଦିନ କରୋନା ରିପୋର୍ଟ ପଜିଟିଭ ଆସିଛି । ଟ୍ୱିଟ କରି ଏ ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି | ସ୍ୱତନ୍ତ୍ର ଦେବଙ୍କ ମଧ୍ୟରେ ପ୍ରାଥମିକ କରୋନା ଲକ୍ଷଣ ପରିଲକ୍ଷିତ ହେବାପରେ ଶନିବାର ଦିନ ଯାଞ୍ଚ କରିଥିଲେ । ରବିବାର ଦିନ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶରେ ସେ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି | ସମସ୍ତଙ୍କୁ ସଚେତନ ରହିବାକୁ ଏବଂ ସରକାରୀ ଗାଇଡଲାଇନ ପାଳନ କରିବାକୁ ଅପିଲ ମଧ୍ୟ କରିଛନ୍ତି |
from Prameya News7 https://ift.tt/2D3DhAR
No comments: