ସୋର ୦୩।୦୮: ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିଲେ, କିନ୍ତୁ କିଏ ଜାଣିଥିଲେ ଦୁର୍ଘଟଣାରେ ଚାଲିଯିବ ଜୀବନ । ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋରର ୧୬ ନଂ ଜାତୀୟ ରାଜପଥର କଲେଜ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ କଲେଜ ଛକ ନିକଟରେ ଥିବା ଜଗନ୍ନାଥ ଢାଵା ନିକଟରେ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ ଯୋଗେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିଲେ । କିନ୍ତୁ ଜାତୀୟ ରାଜପଥ ସଂପ୍ରସାରଣ କାମ ଚାଲୁଥିବାରୁ ଡ୍ରାଇଭର୍ ଡାଇଭର୍ସନ ଜାଣି ନପାରି ଆଗରେ ଯାଉଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲା ।
ଯାହାଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କୁ ପ୍ରଥମେ ସୋର , ପରେ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍କର୍ପିଓ ଡ୍ରାଇଭରକୁ ସୋର ପୋଲିସ ଅଟକ ରଖିଛି । ସେହିପରି ମୃତକ ଦୁଇ ଜଣଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ମୃତକ ଦୁଇ ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା, ଜମାଲ ସାହା ବୋଲି ଜଣାପଡିଛି ।
from Prameya News7 https://ift.tt/2PfqZro
No comments: