ଯାଞ୍ଚ ପରେ ଗାୟବ ହୋଇଗଲେ ୨୨୯୦ କରୋନା ପଜିଟିଭ : ଦେଇଥିଲେ ଭୁଲ ନାଁ ଓ ଠିକଣା

ଲଖନଉ ୦୩/୦୮ : ଉତ୍ତର ପ୍ରଦେଶ ରାଜଧାନୀ ଲଖନଉରେ ଶହ ଶହ କରୋନା ସଂକ୍ରମିତ ରୋଗୀ ସରକାରୀ ରେକର୍ଡରେ ଭୁଲ ନାମ, ଠିକଣା, ମୋବାଇଲ ନମ୍ବର ଦର୍ଜ କରି ଗାୟବ ହୋଇଯାଇଛନ୍ତି | ଏହି ତାଲିକା ଯେତେବେଳେ ପୋଲିସ ସର୍ଭିଲେନ୍ସ ଟିମକୁ ହସ୍ତାନ୍ତର କରାଯାଇଥିଲା ୧୧୭୧ କରୋନା ପଜିଟିଭ ରୋଗୀଙ୍କୁ ଖୋଜାଯାଇଥିଲା | ଆହୁରି ୧୧୧୯ ରୋଗୀଙ୍କ ଏବେ ମଧ୍ୟ ଖୋଜା ଚାଲିଛି | ଜୁଲାଇ ୨୩ ରୁ ୩୧ ତାରିଖ ମଧ୍ୟରେ ଏହି ରୋଗୀମାନଙ୍କ ଯାଞ୍ଚ କରାଯାଇଥିଲା | ଯାଞ୍ଚ ପରେ ସମସ୍ତେ ଗାୟବ ହୋଇଯାଇଥିଲେ | ପ୍ରଶାସନ ଯେତେବେଳେ ଏମାନଙ୍କ ନାମ, ଠିକଣା ଯାଞ୍ଚ କଲା ସେସବୁ ଫର୍ଜୀ ବୋଲି ଜଣାପଡିଥିଲା | ଏହାପରେ ଏହି ତାଲିକା ପୋଲିସକୁ ହସ୍ତାନ୍ତର କରାଯାଇଥିଲା | ବର୍ତ୍ତମାନ ସର୍ଭିଲେନ୍ସ ଟିମ ଏମାନଙ୍କୁ ଖୋଜିବାରେ ଲାଗିଛି | 

ପୋଲିସ କମିଶନର ଏହି ରୋଗୀଙ୍କ ତଲାଶ ପାଇଁ କୋଭିଡ-୧୯ ସର୍ଭିଲେନ୍ସ ଟିମକୁ ଦାୟିତ୍ୱ ଦିଆଯାଇଛି | ବର୍ତ୍ତମାନ ଯାଏଁ ମିଳିଥିବା ୧୧୭୧ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଭୁଲ ସୂଚନା ଦେଇଥିବାରୁ ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ | ପୋଲିସ କମିଶନର ସୁଜିତ ପାଣ୍ଡେଙ୍କ କହିବାନୁଯାୟୀ, କରୋନା ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ହଜାର ହଜାର ସଂଖ୍ୟାରେ ଯାଞ୍ଚ କରାଯାଇଛି | ଅନେକ ଜାଗାରେ ଶିବିର କରି ଲୋକଙ୍କ ଯାଞ୍ଚ କରାଯାଇଥିଲା | ଏତିକିବେଳେ ଲୋକେ ଫର୍ମରେ ଭୁଲ ନାମ, ଠିକଣା, ମୋବାଇଲ ନମ୍ବର ଦେଇଥିଲେ | ଯାଞ୍ଚ ରିପୋର୍ଟ ଆସିବା ପରେ ଯେତେବେଳେ ଏମାନଙ୍କୁ ଖୋଜାଯାଇଥିଲା ନାମ, ଠିକଣା ଭୁଲ ଥିବା ଜଣାପଡିଥିଲା | 

ଅପରପକ୍ଷରେ ଜିଲ୍ଲା ପ୍ରଶାସନ ରବିବାର ଦିନ କୋଭିଡ-୧୯ ପ୍ରୋଟୋକଲ ଉଲଙ୍ଘନ କରିଥିବାରୁ ୧୮୯ ଲୋକଙ୍କ ଠାରୁ ୭୦ ହଜାର ଟଙ୍କା ଜରିମାନା ଅସୁଲ କରିଛି | ଜିଲ୍ଲା ଅଧିକାରୀ ଅଭିଷେକ ପ୍ରକାଶ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ୭୧୭୯ ଲୋକଙ୍କ ଠାରୁ ୨୭ ଲକ୍ଷ ୧୩ ହଜାର ୬୬୭ ଟଙ୍କା ଜରିମାନା ଅସୁଲ କରିସାରିଛନ୍ତି |



from Prameya News7 https://ift.tt/2BXywbu
ଯାଞ୍ଚ ପରେ ଗାୟବ ହୋଇଗଲେ ୨୨୯୦ କରୋନା ପଜିଟିଭ : ଦେଇଥିଲେ ଭୁଲ ନାଁ ଓ ଠିକଣା ଯାଞ୍ଚ ପରେ ଗାୟବ ହୋଇଗଲେ ୨୨୯୦ କରୋନା ପଜିଟିଭ : ଦେଇଥିଲେ ଭୁଲ ନାଁ ଓ ଠିକଣା Reviewed by SUBHENDU BARAL on August 02, 2020 Rating: 5

No comments:

Powered by Blogger.