ନୂଆଦିଲ୍ଲୀ:ଭାରତରେ ବଢିବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀ ଦିଲ୍ଲୀରେ ସବୁ ପ୍ରତିକାର ବ୍ୟବସ୍ଥା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪,୨୫,୨୮୨ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୧୩, ୩୬୬ ରହିଛି। ଦେଶରେ ଆକ୍ଟିଭ କେସ ୧, ୭୪, ୩୮୭ ଥିବାବେଳେ ୨, ୩୭, ୧୯୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଦିଲ୍ଲୀରେ ବର୍ତ୍ତମାନସୁଦ୍ଧା ୫୯,୭୪୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨, ୧୭୫ ଜଣଙ୍କର ମୃତ୍ୟୁ ଘଟିଛି। ୩୩, ୦୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଗୁଜରାଟରେ ୨୭, ୨୬୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୯, ୩୪୯ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧,୬୬୩ଙ୍କର ମୃତ୍ୟୁ ଘଟିଛି।
ମହାରାଷ୍ଟ୍ରରେ ସର୍ବାଧିକ ୧, ୩୨, ୦୭୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୬୫, ୭୪୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୬, ୧୭୦ଙ୍କର ମୃତ୍ୟୁ ଘଟିଛି।
The post ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଲା appeared first on OTV Khabar..
from OTV Khabar. https://ift.tt/2zT4TH4
No comments: