ସମ୍ବଲପୁରରେ ରହସ୍ୟଜନକ ଭାବେ ମା ଓ ଝିଅ ନିଖୋଜ । ମହାନଦୀ ସେତୁରୁ ମିଳିଲା ସ୍କୁଟି ଓ ଚପଲ । ନଦୀ ଭିତରକୁ ଡେଇଁପଡିଥିବା ସନ୍ଦେହ । ପୁଲିସ-ଅଗ୍ନିଶମ ବିଭାଗର ଅପରେସନ ଆରମ୍ଭ Kanak News
କନକ ବ୍ୟୁରୋ : ସମ୍ବଲପୁର ଧମା ଥାନା ଅଂଚଳର ଜଣେ ମହିଳାଙ୍କ ସମେତ ତାଙ୍କର ଦେଢବର୍ଷର ଝିଅ ନିଖୋଜ ହୋଇଯାଇଛନ୍ତି । ତେବେ ମହାନଦୀ ସେତୁରୁ ସ୍କୁଟ ଓ ଚପଲ ଉଦ୍ଧାର ହେବା ପରେ ଉଭୟ ତଳକୁ ଡେଇଁପଡିଥିବା ସନ୍ଦେହ ସୃଷ୍ଟି ହୋଇଛି । ଆଜି ସକାଳୁ ଉଭୟଙ୍କୁ ଖୋଜିବା ପାଇଁ ପୁଲିସ ଓ ଅଗ୍ନିଶମ ସେବାର କର୍ମଚାରୀ ଅପରେସନ ଆରମ୍ଭ କରିଛନ୍ତି । ଖବର ଅନୁସାରେ, ଧମା ଅଂଚଳର ପୂଜା ଅଗ୍ରୱାଲ ଓ ତାଙ୍କ ଝିଅ ଘରୁ ଦିନ ୧୨ଟାରେ ବୁଲିବାକୁ ଆସିଥିଲେ । ତେବେ ଘରକୁ ଦୀର୍ଘ ସମୟ ଧରି ନ ଫେରିବା ଓ ବ୍ରିଜ ଉପରେ ସ୍କୁଟି ମିଳିବାପରେ ସେମାନେ ନଦୀକୁ ଡେଇଁପଡିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ହୀରାକୁଦ ବନ୍ଧର ୧୨ଟି ଗେଟ୍ ଖୋଲାଥିବାରୁ ମହାନଦୀରେ ପାଣିର ସୁଅ ମଧ୍ୟ ଯଥେଷ୍ଟ ଅଧିକ ରହିଥିବାରୁ କୌଣସି ବ୍ୟକ୍ତି ପାଣିକୁ ଡେଇଁଲେ ସେମାନେ ଦୂରକୁ ଭାସିଯିବାର ଆଶଙ୍କା ରହିଛି।
ସୂଚନା ଅନୁସାରେ, ଧମା ନିବାସୀ ସରୋଜ ଅଗ୍ରୱାଲଙ୍କ ଝିଅ ପୂଜା କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ଶକ୍ତି ଏଣ୍ଟରପ୍ରାଇଜେସ୍ ମାଲିକ ବରୁଣ ଅଗ୍ରୱାଲଙ୍କୁ ୪ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ୩ ବର୍ଷର ଶିଶୁକନ୍ୟା ମଧ୍ୟ ରହିଛି। ୫ ଦିନ ହେବ ପୂଜା ବାପଘରକୁ ବୁଲିବାକୁ ଆସିଥିଲେ। ରବିବାର ସନ୍ଧ୍ୟାରେ ସେ ଘରୁ ବାହାରି କୌଣସି ଆଡ଼େ ବୁଲିବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ ବୋଲି ସମ୍ପର୍କୀୟ ଭାଇ କମଳ ପନ୍ସାରି କହିଛନ୍ତି। ସକାଳୁ ପୁଣି ଦିନ ୧୨ଟା ସମୟରେ ଝିଅକୁ ବୁଲେଇବାକୁ ନେଉଛି କହି ପୂଜା ଘରୁ ବାହାରିଥିଲେ। ଏହାପରେ ସେ ଆଉ ଘର ଲୋକଙ୍କ ସହ ଯୋଗାଯୋଗ ବି କରିନଥିଲେ। ଦିନ ପ୍ରାୟ ୩ଟା ପରଠାରୁ ପୂଜା ନେଇ ଆସିଥିବା ଚାବି ଲଗା ସ୍କୁଟି ପ୍ଲେଜର(ଓଡି ୧୫ କ୍ୟୁ ୩୫୫୬), ହଳେ ଚପଲ ଓ ଗୋଟିଏ ମୋବାଇଲ ବ୍ରିଜ ଉପରେ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ପୁଲିସ୍କୁ ସୂଚନା ମିଳିବା ପରେ ଗାଡ଼ି ନମ୍ବର ଆଧାରରେ ଯାଞ୍ଚ କରାଯିବା ପରେ ଗାଡ଼ିଟି ଧମାର ବିବେକ ଅଗ୍ରୱାଲଙ୍କ ନାମରେ ଥିବା ଜଣାପଡ଼ିଥିଲା।
from Kanak News https://ift.tt/3eJtoWo https://ift.tt/3g8xZ4O
No comments: