ନିରାକାରପୁରରେ ଡାକ୍ତର କରୋନା ସଂକ୍ରମିତ, କିଛି ଅଞ୍ଚଳ ୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଟାଙ୍ଗୀ ୩୦।୬: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ନିରାକାରପୁର ଗ୍ରାମପଞ୍ଚାୟତର ରାହୁଳହଜ ଗାଁର କିଛି ଅଞ୍ଚଳକୁ ୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ରାହୁଳହଜ ଗାଁର ୨ ନମ୍ବର ଓ୍ବାର୍ଡରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲାପାଳ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ୨୯ ତାରିଖ ସନ୍ଧ୍ୟା ୭ଟାରୁ ଆସନ୍ତା ୨ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଛି ।

ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଜଣେ ଡାକ୍ତର । ସଂକ୍ରମିତ ଡାକ୍ତର ଜଣଙ୍କ ଝାରସୁଗୁଡା ସ୍ଥିତ ବେଦାନ୍ତରେ ଡାକ୍ତର ଅଛନ୍ତି । ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଘରକୁ ଆସିଥିଲେ ଏବଂ ତାଙ୍କ ବାପାଙ୍କୁ ଭୁବନେଶ୍ବର ମେଡ଼ିକାଲରେ ଚିକିତ୍ସିତ କରାଉଥିବା ସମୟରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସେ ଡାକ୍ତର ଜଣଙ୍କ ତାଙ୍କ ବାପାଙ୍କ ଦଶାହ କାର୍ଯ୍ୟ କରିବାକୁ ଗାଁରେ ରହିଥିବା ବେଳେ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।

ନିରାକାରପୁର ଗ୍ରାମପଞ୍ଚାୟତ ତଥା ଆଖପାଖ ଅଞ୍ଚଳର ଅନେକ ଲୋକ ତାଙ୍କ ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଇଥିଲେ । ଡାକ୍ତରଙ୍କୁ କୋରୋନା ପଜେଟିଭ୍ ଚିହ୍ନଟ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।



from Prameya News7 https://ift.tt/3dJ3HnB
ନିରାକାରପୁରରେ ଡାକ୍ତର କରୋନା ସଂକ୍ରମିତ, କିଛି ଅଞ୍ଚଳ ୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ ନିରାକାରପୁରରେ ଡାକ୍ତର କରୋନା ସଂକ୍ରମିତ, କିଛି ଅଞ୍ଚଳ ୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ Reviewed by SUBHENDU BARAL on June 29, 2020 Rating: 5

No comments:

Powered by Blogger.